iPad ରେ ଥିବା ଜର୍ନଲ୍‌ ବ‍୍ୟବହାର କରି ଏକ ଅଭ୍ଯାସ ବିଲ୍ଡ୍‌ କରନ୍ତୁ

ଜର୍ନଲ୍ ଆପ୍ ସହିତ, ଆପଣ ନିଜ ଜର୍ନଲିଂ ଗୋଲ୍ ଉପରେ ନଜର ରଖିପାରିବେ ଏବଂ ନୂଆ ହାବିଟ୍ ତିଆରି କରିପାରିବେ।

ଇନ୍‌ସାଇଟ୍ ସହିତ ଜର୍ନାଲିଂ ଲକ୍ଷ୍ଯକୁ ଟ୍ରାକ୍ କରନ୍ତୁ

  1. ଆପଣଙ୍କ iPad ରେ ଥିବା ଜର୍ନଲ୍‌ ଆପ୍ କୁ ଯାଆନ୍ତୁ।

    ଆପଣଙ୍କ ସାମ୍ପ୍ରତିକ ଷ୍ଟ୍ରୀକ୍—ଆପଣ ଜର୍ନଲ୍‌ କରିଥିବା କ୍ରମାଗତ ଦିନ କିମ୍ବା ସପ୍ତାହର ସଂଖ୍ୟା—ଏବଂ ସାଇଡ୍‌ବାର୍‌ରେ ଥିବା ଅନ୍ୟାନ୍ୟ ଇନ୍‌ସାଇଟ୍‌।

  2. “ଇନ୍‌ସାଇଟ୍”ରେ ଟାପ୍ କରନ୍ତୁ, ତା’ପରେ ଅଧିକ ବିବରଣୀ ଦେଖିବା ପାଇଁ ଯେକୌଣସି ଟାଇଲ୍‌ରେ ଟାପ୍ କରନ୍ତୁ।

    ଟିପ୍‌: ସାଇଡ୍‌ବାର୍‌ ଖୋଲିବା ଏବଂ ବନ୍ଦ କରିବା ପାଇଁ “ସାଇଡ୍‌ବାର୍‌ ଟଗଲ୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

    ଜର୍ନଲ୍ ଆପ୍‌ରେ ସାମ୍ପ୍ରତିକ ଷ୍ଟ୍ରୀକ୍ ଏବଂ ଲିଖିତ ଶବ୍ଦର ସଂଖ୍ୟା ଭଳି ମେଟ୍ରିକ୍ସ୍‌ ଦେଖାଉଥିବା ଏକ ସ୍କ୍ରୀନ୍।

ଜର୍ନାଲିଂ ଶେଡ୍ଯୂଲ୍‌ ସେଟ୍ କରନ୍ତୁ

ଜର୍ନଲିଂ ନୋଟିଫିକେଶନ୍ ସହିତ ଲେଖିବା ପାଇଁ ଆପଣଙ୍କୁ ମନେ ପକାଇ ଦିଆ ଯାଇପାରିବ।

  1. ଆପଣଙ୍କ iPad ରେ ଥିବା ଜର୍ନଲ୍‌ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ, ଅଧିକ ବଟନ୍‌ ଟାପ୍ କରନ୍ତୁ, ତା’ପରେ ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ।

  3. କଷ୍ଟମ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ସାପ୍ତାହିକ ଶେଡ୍ଯୂଲ୍ ସେଟ୍ କରନ୍ତୁ।

ଜର୍ନଲ୍ ୱିଜେଟ୍ ବ୍ଯବହାର କରନ୍ତୁ

ଆପଣଙ୍କ ହୋମ୍ ସ୍କ୍ରୀନ୍ କିମ୍ୱା ଲକ୍ ସ୍କ୍ରୀନ୍‌ରେ ଆପଣଙ୍କ ସାମ୍ପ୍ରତିକ ଷ୍ଟ୍ରୀକ୍ କିମ୍ୱା ସାରା ଦିନ ପରିବର୍ତ୍ତନ ହେଉଥିବା ଲିଖନ ପ୍ରମ୍ପ୍ଟ୍‌ଗୁଡିକ ସହିତ ଏକ ୱିଜେଟ୍ ଯୋଡ଼ନ୍ତୁ, ଯାହାଫଳରେ ଆପଣ ଏହି ମୁହୂର୍ତ୍ତରେ କ'ଣ ଘଟୁଛି ତାହାକୁ ପ୍ରତିଫଳିତ କରିପାରିବେ।

  1. iPad ହୋମ୍ ସ୍କ୍ରୀନ୍ କିମ୍ବା ଲକ୍ ସ୍କ୍ରୀନ୍‌ରେ, ଏକ ଜର୍ନଲ୍‌ ୱିଜେଟ୍ ଯୋଡ଼ନ୍ତୁ

  2. ୱିଜେଟ୍ ବଦଳାଇବା ପାଇଁ, ୱିଜେଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ୱିଜେଟ୍‌କୁ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ଭିନ୍ନ ଭିନ୍ନ ଲେଖିବା ପ୍ରମ୍ପଟ୍‌ରୁ ଚୟନ କରିବା ପାଇଁ ୱିଜେଟ୍‌ରେ ଟାପ୍ କରନ୍ତୁ, ଏକ ନୂଆ ଏଣ୍ଟ୍ରି ଆରମ୍ଭ କରନ୍ତୁ କିମ୍ବା ଆପଣଙ୍କ ସାମ୍ପ୍ରତିକ ଷ୍ଟ୍ରୀକ୍ ବିଷୟରେ ସବିଶେଷ ବିବରଣୀ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.