ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadର ଫୋଲ୍ଡର୍‌ରେ ଥିବା ଆପଣଙ୍କ ଆପ୍‌ଗୁଡ଼ିକୁ ବ୍ଯବସ୍ଥିତ କରନ୍ତୁ

ଆପଣଙ୍କ ହୋମ୍ ସ୍କ୍ରୀନ୍ ପୃଷ୍ଠାରେ ଖୋଜିବା ସହଜ କରିବା ପାଇଁ ଆପଣ ନିଜର ଆପ୍‌ଗୁଡ଼ିକୁ ଫୋଲ୍ଡର୍‌ରେ ବ୍ଯବସ୍ଥିତ କରିପାରିବେ।

ଫୋଲ୍ଡର୍ ତିଆରି କରନ୍ତୁ

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପ୍‌ଗୁଡ଼ିକ ଜିଗଲ୍‌ କରିବା ଆରମ୍ଭ ନକରିବା ପର୍ଯ‍୍ୟନ୍ତ ହୋମ୍ ସ୍କ୍ରୀନ୍‌ର ବ୍ୟାକ୍‌ଗ୍ରାଉଣ୍ଡ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  3. ଗୋଟିଏ ଫୋଲ୍ଡର୍ ତିଆରି କରିବା ପାଇଁ, ଗୋଟିଏ ଆପ୍‌କୁ ଅନ୍ଯ ଆପ୍ ଉପରକୁ ଡ୍ରାଗ୍ କରନ୍ତୁ, ତା’ପରେ ଆପଣ ଫୋଲ୍ଡର୍ ଭିତରେ ଚାହୁଁଥିବା ଯେକୌଣସି ଅନ୍ଯ ଆପ୍‌କୁ ଡ୍ରାଗ୍ କରନ୍ତୁ।

    ଗୋଟିଏ ଫୋଲ୍ଡର୍‌ରେ ଏକାଧିକ ଆପ୍ ପେଜ୍ ରହିପାରେ।

  4. ଫୋଲ୍ଡର୍‌କୁ ରୀନେମ୍ କରିବା ପାଇଁ, ଏହାକୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, “ରୀନେମ୍ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଏକ ନୂଆ ନାମ ଲେଖନ୍ତୁ।

    ଯଦି ଆପ୍‌ଗୁଡ଼ିକ ଜିଗଲ୍ କରିବା ଆରମ୍ଭ କରନ୍ତି, ତେବେ ହୋମ୍ ସ୍କ୍ରୀନ୍‌ର ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଟାପ୍‌ କରନ୍ତୁ ଏବଂ ପୁନଃ ଚେଷ୍ଟା କରନ୍ତୁ।

  5. ସମ୍ପୂର୍ଣ୍ଣ ହେବା ହେବା ପରେ, “ସମାପ୍ତ ହୋଇଛି”ରେ ଟାପ୍‌ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ହୋମ୍ ସ୍କ୍ରୀନ୍‌ରେ ଆପଣଙ୍କ ଆପ୍‌ଗୁଡ଼ିକୁ ବ୍ଯବସ୍ଥିତ କରିବା ଦ୍ବାରା ଆପ୍ ଲାଇବ୍ରେରିରେ ବ୍ଯବସ୍ଥିତ ହୋଇଥିବା ଆପ୍‌ଗୁଡ଼ିକୁ ପ୍ରଭାବିତ କରିବ ନାହିଁ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରୁ ଏକ ଫୋଲ୍ଡର୍ ଡିଲିଟ୍ କରନ୍ତୁ

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପ୍‌ଗୁଡ଼ିକ ଜିଗଲ୍‌ କରିବା ଆରମ୍ଭ ନକରିବା ପର୍ଯ‍୍ୟନ୍ତ ହୋମ୍ ସ୍କ୍ରୀନ୍‌ର ବ୍ୟାକ୍‌ଗ୍ରାଉଣ୍ଡ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  3. ଏହାକୁ ଖୋଲିବା ପାଇଁ ଫୋଲ୍ଡର୍ ଉପରେ ଟାପ୍ କରନ୍ତୁ, ତା’ପରେ ସେଥିରୁ ସମସ୍ତ ଆପ୍‌ଗୁଡ଼ିକୁ ହୋମ୍ ସ୍କ୍ରୀନ୍‌ ଉପରକୁ ଡ୍ରାଗ୍ କରନ୍ତୁ।

    ଫୋଲ୍ଡର୍ ଖାଲି ଥିଲେ, ଏହା ସ୍ୱୟଂଚାଳିତ ଭାବରେ ଡିଲିଟ୍ ହୋଇଯାଏ।

ଏକ ଫୋଲ୍ଡର୍‌ରୁ ଏକ ଆପ୍‌କୁ ହୋମ୍ ସ୍କ୍ରୀନ୍‌କୁ ମୂଭ୍ କରନ୍ତୁ

ଖୋଜିବା ଏବଂ ଖୋଲିବା ସହଜ କରିବା ପାଇଁ ଆପଣ ଏକ ଆପ୍‌କୁ ଏକ ଫୋଲ୍ଡର୍‌ରୁ ଏକ ହୋମ୍ ସ୍କ୍ରୀନ୍ ପୃଷ୍ଠାକୁ ମୂଭ୍ କରିପାରିବେ।

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପ୍ ଥିବା ଫୋଲ୍ଡର୍ ଚିହ୍ନଟ କରନ୍ତୁ, ପରେ ଏହାକୁ ଖୋଲିବା ପାଇଁ ଫୋଲ୍ଡର୍‌ରେ ଟାପ୍ କରନ୍ତୁ।

  3. ଆପ୍‌ଗୁଡ଼ିକ ଜିଗଲ୍‌ ଆରମ୍ଭ ନ କରିବା ପର୍ଯ‍୍ୟନ୍ତ ଆପ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  4. ଫୋଲ୍ଡର୍‌ରୁ ଆପ୍‌କୁ ହୋମ୍ ସ୍କ୍ରୀନ୍‌କୁ ଡ୍ରାଗ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.