ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣ iPadରେ VoiceOver ବ‍୍ୟବହାର କରିବା ସମୟରେ ସ୍କ୍ରୀନ୍‌ ଅଫ୍‌ ରଖନ୍ତୁ

ଯଦି ଆପଣ iPad ରେ VoiceOver ବ‍୍ୟବହାର କରନ୍ତି ଏବଂ ସ୍କ୍ରୀନ୍‌ରେ କ’ଣ ଅଛି ତାହା ଦେଖିବାର ଆବଶ୍ଯକତା ନାହିଁ, ତେବେ ବ‍୍ୟାଟରି ଲାଇଫ୍ ଉନ୍ନତ କରିବା ଏବଂ ଗୋପନୀୟତା ବଜାୟ ରଖିବା ପାଇଁ ଆପଣ ସ୍କ୍ରୀନ୍ କର୍ଟନ୍‌ ଚାଲୁ କରିପାରିବେ। ସ୍କ୍ରୀନ୍ କର୍ଟନ୍‌ ଅନ୍ ଥିବା ସମୟରେ, ଡିସ୍‌ପ୍ଲେ ଅଫ୍ ଥିବା ସତ୍ତ୍ୱେ ମଧ୍ଯ ଆପଣଙ୍କ iPad ସକ୍ରିୟ ଥାଏ।

VoiceOver ଚାଲୁ ଥିବା ବେଳେ, ସ୍କ୍ରୀନ୍ କର୍ଟନ୍ ଚାଲୁ କିମ୍ବା ବନ୍ଦ କରିବା ପାଇଁ ତିନି ଆଙ୍ଗୁଠି ସାହାଯ୍ୟରେ ଟ୍ରିପଲ୍‌-ଟାପ୍ କରନ୍ତୁ। ଯଦି ଉଭୟ VoiceOver ଏବଂ ଜୂମ୍ ଫୀଚର୍ ଚାଲୁ ଥାଏ, ତେବେ ତିନୋଟି ଆଙ୍ଗୁଠିରେ ଚାରିଥର ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.