iPad ର Apple Games ଆପ୍‌ରେ ଗେମ୍ ଖୋଜନ୍ତୁ ଏବଂ ଡାଉନ୍‌ଲୋଡ୍‌ କରନ୍ତୁ

Apple Games ଆପ୍‌ରେ, ଆପଣ ଆକ୍ସନ୍, ଆଡଭେଞ୍ଚର୍, ରେସିଂ, ପଜଲ୍ ଇତ୍ଯାଦି ସମେତ ଅନେକ ବର୍ଗରେ ଆପଣଙ୍କ ପରବର୍ତ୍ତୀ ଗେମ୍ ପାଇପାରିବେ।

ଧ‍୍ୟାନ ଦିଅନ୍ତୁ: Game Center, Apple Arcade ଏବଂ Apple One ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। Apple ସହାୟତା ଆର୍ଟିକଲ୍ Apple Media ସେବାର ଉପଲବ୍ଧତା ଦେଖନ୍ତୁ। ସମସ୍ତ ଡିଭାଇସ୍‌ରେ Apple Arcade ଗେମ୍‌ଗୁଡ଼ିକର ଉପଲବ୍ଧତା ହାର୍ଡ୍‌ୱେୟର୍ ଏବଂ ସଫ୍ଟ୍‌ୱେୟର୍ କମ୍ପାଟିବିଲିଟି ଆଧାରରେ ଭିନ୍ନ ହୋଇଥାଏ। ସମସ୍ତ କ୍ଷେତ୍ରରେ କିଛି ବିଷୟବସ୍ତୁ ଉପଲବ୍ଧ ହୋଇନପାରେ। Apple ସହାୟତା ଆର୍ଟିକଲ୍ ସମସ୍ତ ଡିଭାଇସ୍‌ରେ Apple Arcade ଗେମ୍‌ର ଉପଲବ୍ଧତା ଦେଖନ୍ତୁ।

Apple Games ଆପ୍ ହୋମ୍ ଟାବ୍ ଦେଖାଉଛି, ଯାହା ଏକ ସ୍ୱତନ୍ତ୍ର ଇଭେଣ୍ଟ୍, ଖେଳିବା ଜାରି ରଖିବା ପାଇଁ ଗେମ୍ ଏବଂ ନୂଆ ରୀଲିଜ୍ ଡିସ୍‌ପ୍ଲେ କରିଥାଏ।

ଗେମ୍ ପାଇଁ ବ୍ରାଉଜ୍‌ କିମ୍ବା ସର୍ଚ୍ଚ୍‌ କରନ୍ତୁ

  1. ଆପଣଙ୍କ iPad ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ନୂଆ ରିଲୀଜ୍‌କୁ ଏକ୍ସ୍‌ପ୍ଲୋର୍ କରିବା ପାଇଁ, ଶ୍ରେଷ୍ଠ ଚାର୍ଟ୍ ଦେଖନ୍ତୁ କିମ୍ୱା ପର୍ସନଲାଇଜ୍ ହୋଇଥିବା ପରାମର୍ଶ ପ୍ରାପ୍ତ କରନ୍ତୁ: ହୋମ୍‌ରେ ଟାପ୍ କରନ୍ତୁ।

    • ବିଜ୍ଞାପନ କିମ୍ବା ଇନ୍‌-ଆପ୍ କ୍ରୟ ବିନା Apple Arcade (ସବ୍‌ସ୍କ୍ରିପ୍ସନ୍‌ ଆବଶ‍୍ୟକ)ରୁ କ୍ଯୂରେଟ୍‌ ହୋଇଥିବା ଗେମ୍‌ର ସଂଗ୍ରହ ଦେଖିବାକୁ: Arcade ରେ ଟାପ୍ କରନ୍ତୁ।

    • ସର୍ଚ୍ଚ୍ କିମ୍ବା ବ୍ରାଉଜ୍ କରନ୍ତୁ: “ସର୍ଚ୍ଚ୍‌ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ବର୍ଗ ଅନୁଯାୟୀ ବ୍ରାଉଜ୍ କରନ୍ତୁ କିମ୍ବା ଆପଣ ଯାହା ଖୋଜୁଛନ୍ତି ତାହା ଲେଖନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ କୀ’ବୋର୍ଡ୍‌ରେ “ସର୍ଚ୍ଚ୍‌ କରନ୍ତୁ” ବଟନ୍‌ ଟାପ୍ କରନ୍ତୁ।

  3. ରେଟିଂ, ଗେମ୍ କଣ୍ଟ୍ରୋଲର୍ ସପୋର୍ଟ୍, ଲୀଡର୍‌ବୋର୍ଡ୍, ଉପଲବ୍ଧି ଇତ‍୍ୟାଦି ଭଳି ସୂଚନା ଦେଖିବା ପାଇଁ ଏକ ଗେମ୍‌ ଚୟନ କରନ୍ତୁ।

    ସମୀକ୍ଷା ଏବଂ ଗୋପନୀୟତା ସୂଚନା ପରି ଅତିରିକ୍ତ ସୂଚନା ଦେଖିବା ପାଇଁ, App Store ରେ “ଦେଖନ୍ତୁ”ରେ ଟାପ୍ କରନ୍ତୁ।

ଏକ ଗେମ୍ ଡାଉନ୍‌ଲୋଡ୍ କରନ୍ତୁ କିମ୍ବା କିଣନ୍ତୁ

  1. ଆପଣଙ୍କ iPad ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ଆପଣ ଚାହୁଁଥିବା ଗେମ୍‌କୁ ନାଭିଗେଟ୍ କରନ୍ତୁ, ତା’ପରେ “ମୂଲ୍ଯ”ରେ ଟାପ୍ କରନ୍ତୁ। ଯଦି ଏହି ଗେମ୍ ଦେୟମୁକ୍ତ ଅଛି, ତେବେ “ପ୍ରାପ୍ତ କରନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ଆପଣ ମୂଲ୍ଯ କିମ୍ବା ପ୍ରାପ୍ତ ପରିବର୍ତ୍ତେ “ପୁଣି ଡାଉନ୍‌ଲୋଡ୍‌ କରନ୍ତୁ” ବଟନ୍ ଦେଖନ୍ତି, ତେବେ ଆପଣ ଏହି ଗେମ୍ ପୂର୍ବରୁ କ୍ରୟ କରିଛନ୍ତି। ଏହାକୁ ପୁନଃ ଦେୟମୁକ୍ତ ଭାବରେ ଡାଉନ୍‌ଲୋଡ୍‌ କରିବା ପାଇଁ “ପୁଣି ଡାଉନ୍‌ଲୋଡ୍‌ କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ।

  3. ଯଦି ଆବଶ‍୍ୟକ ହୁଏ, ତେବେ ଆପଣଙ୍କର କ୍ରୟ ସମ୍ପୂର୍ଣ୍ଣ କରିବା ପାଇଁ Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍‌ ସହିତ ପ୍ରମାଣୀକରଣ କରନ୍ତୁ।

    ସମସ୍ତ କ୍ରୟ ଆପଣଙ୍କ Apple ଆକାଉଣ୍ଟ୍ ସହିତ ଜଡ଼ିତ ଦେୟ ପଦ୍ଧତି ଦ୍ୱାରା କରାଯାଇଥାଏ।

ଯଦି ଆପଣ ଏକ ଫ‍୍ୟାମିଲି ଶେୟରିଂ ଗ୍ରୁପ୍‌ର ଅଂଶ, ତେବେ ଗେମ୍ ଡାଉନ୍‌ଲୋଡ୍ କିମ୍ବା କିଣିବା ପୂର୍ବରୁ ଏକ ପିଲାକୁ ଅନୁମତି ଅନୁରୋଧ କରିବାକୁ ପଡ଼ିପାରେ। ପରିବାର ସଦସ୍ୟଙ୍କ ପାଇଁ ଗେମ୍ ଡାଉନ୍‌ଲୋଡ୍ ପରିଚାଳନା କରିବା ପାଇଁ କିପରି”କିଣିବାକୁ ପଚାରନ୍ତୁ” ଚାଲୁ କରିବେ ଏବଂ ଏକ ଆପ୍ ବ୍ୟତିକ୍ରମ ଅନୁରୋଧର ଉତ୍ତର ଦେବେ ତାହା ଜାଣନ୍ତୁ।

ଏକ ଗେମ୍‌ ଖେଳନ୍ତୁ

  1. ଆପଣଙ୍କ iPad ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଡାଉନ୍‌ଲୋଡ୍ ହୋଇଥିବା ଗେମ୍ ଖେଳନ୍ତୁ: ଲାଇବ୍ରେରିରେ ଟାପ୍ କରନ୍ତୁ, ତା’ପରେ ଆପଣ ଯେଉଁ ଗେମ୍ ଖେଳିବାକୁ ଚାହୁଁଛନ୍ତି ତା’ ପାଖରେ ଥିବା “ଖେଳନ୍ତୁ”ରେ ଟାପ୍ କରନ୍ତୁ।

    • ଗେମ୍‌ ଜାରି ରଖନ୍ତୁ: ହୋମ୍‌ରେ ଟାପ୍ କରନ୍ତୁ, ତା’ପରେ “ଖେଳିବା ଜାରି ରଖନ୍ତୁ” ବିଭାଗରେ ଗେମ୍‌ରେ ଟାପ୍ କରନ୍ତୁ।

ଗେମ୍‌ କ୍ୱିଟ୍ କରନ୍ତୁ

ଏକ ଗେମ୍‌ କ୍ବିଟ୍ କରିବାକୁ Exposé ଖୋଲନ୍ତୁ, ଗେମ୍‌ ଖୋଜିବା ପାଇଁ ଡାହାଣକୁ ସ୍ୱାଇପ୍ କରନ୍ତୁ, ତା’ପରେ ଗେମ୍‌ରେ ଉପରକୁ ସ୍ୱାଇପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.