ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ଏବଂ ଆପଣଙ୍କ ଅନ୍ଯ ଡିଭାଇସ୍ ମଧ୍ୟରେ ଥିବା ଟାସ୍କ୍‌କୁ ହ୍ଯାଣ୍ଡ୍‌ ଅଫ୍ କରନ୍ତୁ

Handoff ସହିତ, ଆପଣ ଏକ ଟାସ୍କ୍‌କୁ ଗୋଟିଏ ଡିଭାଇସ୍‌ରେ ଆରମ୍ଭ ଏବଂ ଅନ୍ୟ ଏକ ଡିଭାଇସ୍‌ରେ ସମ୍ପୂର୍ଣ୍ଣ କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ନିଜ iPadରେ ଏକ ଇମେଲ୍ ଆରମ୍ଭ କରିପାରିବେ କିନ୍ତୁ ପରେ ଏହାକୁ ଆପଣଙ୍କ Mac କମ୍ପ୍ୟୁଟର୍‌ର ବଡ଼ ସ୍କ୍ରୀନ୍‌ରେ ସମ୍ପୂର୍ଣ୍ଣ କରିପାରିବେ।

ଆପଣ ଅନେକ Apple ଆପ୍ ସହ Handoff ବ୍ୟବହାର କରିପାରିବେ—ଉଦାହରଣ ସ୍ୱରୂପ, Safari, Mail, FaceTime ଏବଂ Maps। କେତେକ ତୃତୀୟ-ପକ୍ଷ ଆପ୍ Handoff ମଧ୍ୟ ସହିତ କାର୍ଯ‍୍ୟ କରନ୍ତି।

ଆପଣ ନିଜ iPhone, iPad ଏବଂ Mac ମଧ୍ୟରେ Handoff ବ୍ୟବହାର କରିପାରିବେ। ଆପଣ ନିଜର Apple Watch ଏବଂ iPhone ମଧ୍ଯରେ ମଧ୍ଯରେ ଟାସ୍କ୍‌ ବାଣ୍ଟିପାରିବେ।

ଆପଣ ଆରମ୍ଭ କରିବା ପୂର୍ବରୁ

ନିମ୍ନଲିଖିତ କାର୍ଯ‍୍ୟ କରିବା ନିଶ୍ଚିତ କରନ୍ତୁ:

ଯଦି ଆପଣ ଏକ VPN ବ‍୍ୟବହାର କରୁଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଏହାର କନ୍‌ଫିଗରେଶନ୍ ସ୍ଥାନୀୟ ନେଟ୍‌ୱର୍କିଂକୁ ପ୍ରତିରୋଧ କରିନଥାଏ କାରଣ ଏହା କିଛି କଣ୍ଟିନ୍ଯୁଇଟି ଫୀଚର୍‌ରେ ବାଧା ସୃଷ୍ଟି କରିପାରେ।

Handoff ଚାଲୁ କରନ୍ତୁ

ଆପଣଙ୍କ ଉଭୟ iPad ଏବଂ ଆପଣଙ୍କ ଅନ୍ୟ Apple ଡିଭାଇସ୍‌ରେ Handoff ଚାଲୁ କରନ୍ତୁ।

  • ଆପଣଙ୍କ iPhone କିମ୍ବା iPadରେ: ସେଟିଂସ୍  > ସାଧାରଣ > AirPlay ଓ କଣ୍ଟିନ୍ଯୁଇଟିକୁ ଯାଆନ୍ତୁ, ତା’ପରେ Handoff ଚାଲୁ କରନ୍ତୁ।

  • ଆପଣଙ୍କ Macରେ: Apple ମେନ୍ଯୂ > ସିଷ୍ଟମ୍‌ ସେଟିଂସ୍ ବାଛନ୍ତୁ, ତା’ପରେ ସାଇଡ୍‌ବାର୍‌ରେ ଥିବା “ସାଧାରଣ”ରେ କ୍ଲିକ୍‌ କରନ୍ତୁ। (ଆପଣଙ୍କୁ ତଳକୁ ସ୍କ୍ରୋଲ୍ କରିବାକୁ ପଡ଼ିପାରେ।) “Airplay ଓ କଣ୍ଟିନ‍୍ୟୁଇଟି”ରେ କ୍ଲିକ୍ କରନ୍ତୁ, ତା’ପରେ Handoff ଚାଲୁ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣଙ୍କ Mac ରେ macOS 12.5 କିମ୍ବା ପୂର୍ବବର୍ତ୍ତୀ ଭର୍ଶନ୍‌ ଅଛି, ତେବେ Apple ମେନ୍ଯୂ > ସିଷ୍ଟମ୍‌ ପ୍ରାଥମିକତା ବାଛନ୍ତୁ, ସାଧାରଣରେ କ୍ଲିକ୍‌ କରନ୍ତୁ, ତା’ପରେ “ଏହି Mac ଏବଂ ଆପଣଙ୍କ iCloud ଡିଭାଇସ୍‌ ମଧ୍ଯରେ Handoff କୁ ଅନୁମତି ଦିଅନ୍ତୁ” ଚୟନ କରନ୍ତୁ।

ଆପଣଙ୍କ iPad ଏବଂ ଅନ୍ଯ ଡିଭାଇସ୍‌ଗୁଡ଼ିକୁ ମଧ୍ଯରେ ଟାସ୍କ୍‌କୁ ବାଣ୍ଟନ୍ତୁ

ଆପଣଙ୍କ ଡିଭାଇସ୍‌ଗୁଡ଼ିକ ପରସ୍ପରର ନିକଟରେ ଥିବା ସମୟରେ, କୌଣସି ଟାସ୍କ୍‌ ଦିଆଗଲେ ଏକ ଆଇକନ୍ ଦେଖାଯିବ। ଆପଣଙ୍କ ଅନ୍ୟ ଡିଭାଇସ୍‌ରେ କାର୍ଯ‍୍ୟ ଜାରି ରଖିବା ପାଇଁ Handoff ଆଇକନ୍‌ରେ ଟାପ୍‌ କିମ୍ବା କ୍ଲିକ୍ କରନ୍ତୁ।

Handoff ଆଇକନ୍ ନିମ୍ନଲିଖିତ ଲୋକେଶନ୍‌ଗୁଡ଼ିକରେ ଦେଖାଯିବ:

  • iPhoneରେ: ଆପ୍ ସ୍ବିଚ୍‌ର୍ ସ୍କ୍ରୀନ୍‌ର ନିମ୍ନରେ।

    iPhone ରେ ଥିବା ଏକ ଆପ୍‌ ସ୍ବିଚର୍‌ ସ୍କ୍ରୀନ୍‌ର ନିମ୍ନ ପାର୍ଶ୍ୱରେ ଏକ Handoff ନୋଟିଫିକେଶନ୍ ଦେଖାଉଛି।
  • iPadରେ: Dockର ଡାହାଣ ପାର୍ଶ୍ୱରେ।

    iPad ରେ ଥିବା Dock ରେ Handoff ଆଇକନ୍ ଦୃଶ‍୍ୟମାନ ହେଉଛି।
  • Macରେ: Dockର ଡାହାଣ ପାର୍ଶ୍ୱ ଆଡ଼କୁ, ଯଦି Dock ସ୍କ୍ରୀନ୍‌ର ନିମ୍ନରେ ଅଛି। ଯଦି ଆପଣ ନିଜ ସ୍କ୍ରୀନ୍‌ର ବାମ କିମ୍ବା ଡାହାଣ ପାର୍ଶ୍ୱରେ Dock ଦେଖାଯିବା ପାଇଁ ସେଟ୍ ଅପ୍ କରନ୍ତି, ତେବେ Handoff ଆଇକନ୍ Dockର ନିମ୍ନରେ ଦେଖାଯିବ।

ଯଦି Handoff କାର୍ଯ‍୍ୟ କରୁନାହିଁ

  • ନିଶ୍ଚିତ କରନ୍ତୁ ଯେ ଉଭୟ ଡିଭାଇସ୍‌ର Wi-Fi ଏବଂ Bluetooth ଚାଲୁ ଅଛି ଏବଂ ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି।

  • ଆପଣଙ୍କ ଆପ୍ Handoff ସମର୍ଥନ କରୁଛି କି ନାହିଁ ଯାଞ୍ଚ କରନ୍ତୁ। କ୍ଯାଲେଣ୍ଡର୍‌, କଣ୍ଟାକ୍ଟ୍, FaceTime, କୀ’ନୋଟ୍, Mail, ମ୍ଯାପ୍, ପେଜ୍, ନମ୍ବର୍, ରିମାଇଣ୍ଡର୍‌ ଏବଂ Safari ସହିତ ଅନେକ ତୃତୀୟ-ପକ୍ଷ ଆପ୍ Handoffକୁ ଅନୁମତି ଦେଇଥାନ୍ତି।

ଟିପ୍‌: Handoff ଅନ୍ ଥିବା ସମୟରେ, ଆପଣ ସମସ୍ତ ଡିଭାଇସ୍‌ରେ ଟେକ୍ସଟ୍, ଇମେଜ୍‌, ଫଟୋ ଏବଂ ଭିଡିଓକୁ କପି ଏବଂ ପେଷ୍ଟ କରିବା ପାଇଁ ୟୁନିଭର୍ଶଲ୍‌ କ୍ଲିପ୍‌ବୋର୍ଡ୍‌ ବ୍ୟବହାର କରିପାରିବେ

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.