ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ଫାଇଲ୍ ଆପ୍‌ରୁ ଫାଇଲ୍ ପଠାନ୍ତୁ

ଆପଣ ଯେକୌଣସି ଫାଇଲ୍‌ର ଏକ କପି ଅନ୍ଯମାନଙ୍କୁ ପଠାଇ ପାରିବେ। ଯଦି ଆପଣଙ୍କ ପାଖରେ ଏକ ଡକ୍ଯୁମେଣ୍ଟ୍‌ ଅଛି ଯାହାକୁ ଆପଣ ଡିଜିଟାଇଜ୍‌ ନକରି ପଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ପ୍ରଥମେ ଫାଇଲ୍ ଆପ୍‌ରେ ସ୍କାନ୍ କରିପାରିବେ।

ଏକ ଫାଇଲ୍ ପଠାନ୍ତୁ

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଆପଣ ପଠାଇବାକୁ ଚାହୁଁଥିବା ଫାଇଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଶେୟର୍‌ କରନ୍ତୁ” ଉପରେ ଟାପ୍ କରନ୍ତୁ।

    ଟିପ୍‌: ଫାଇଲ୍‌ର ଏକ ଛୋଟ ଭର୍ଶନ୍ ପଠାଇବା ପାଇଁ, “ଶେୟର୍‌ କରନ୍ତୁ”ରେ ଟାପ୍‌ କରିବା ପୂର୍ବରୁ “କମ୍ପ୍ରେସ୍ କରନ୍ତୁ”ରେ ଟାପ୍‌ କରନ୍ତୁ, ଫାଇଲ୍‌ର କମ୍ପ୍ରେସ୍ ହୋଇଥିବା ଭର୍ଶନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ, (ZIP ଫାଇଲ୍ ଭାବରେ ଚିହ୍ନଟ ହୋଇଛି) ତା’ପରେ “ଶେୟର୍‌ କରନ୍ତୁ”ରେ ଟାପ୍‌ କରନ୍ତୁ।

  3. ପଠାଇବା ପାଇଁ ଏକ ବିକଳ୍ପ ବାଛନ୍ତୁ (ଉଦାହରଣ ସ୍ୱରୂପ, AirDrop, ମେସେଜ୍ କିମ୍ବା Mail), ତା’ପରେ “ପଠାନ୍ତୁ”ରେ ଟାପ୍ କରନ୍ତୁ।

ଯଦି ଆପଣ ଶେୟର୍ କରିବାକୁ ଚାହୁଁଥିବା ଫାଇଲ୍‌ କିମ୍ବା ଫୋଲ୍ଡର୍‌ iCloud Drive ରେ ଷ୍ଟୋର୍ ହୋଇଥାଏ, ତେବେ ଆପଣ ଅନ୍ୟମାନଙ୍କୁ ଆପଣଙ୍କ ସହିତ ଫାଇଲ୍‌ରେ କାମ କରିବା ପାଇଁ ଆମନ୍ତ୍ରଣ କରିପାରିବେ—ଯାହା ସେମାନଙ୍କୁ କଣ୍ଟେଣ୍ଟ୍ ଦେଖିବାକୁ କିମ୍ବା ଏଡିଟ୍ କରିବାକୁ ଅନୁମତି ଦେବ।

ଟିପ୍‌: ଆପଣ ଫାଇଲ୍ ଆପ୍‌ରୁ ଡ୍ରାଗ୍ କରି ମଧ‍୍ୟ ଏକ ଫାଇଲ୍ ପଠାଇପାରିବେ। ଫାଇଲ୍‌ ୱିଣ୍ଡୋ ପାଖରେ ଏକ Mail କିମ୍ବା ମେସେଜ୍‌ ୱିଣ୍ଡୋ ଖୋଲନ୍ତୁ, ଫାଇଲ୍‌ରେ ଏକ କିମ୍ବା ଅଧିକ ଆଇଟମ୍‌ ଚୟନ କରନ୍ତୁ, ତା’ପରେ ଆପଣଙ୍କ ଚୟନକୁ ଏକ ମେସେଜ୍‌ରେ ଡ୍ରାଗ୍‌ କରନ୍ତୁ। “ୱିଣ୍ଡୋର ଲେଆଉଟ୍ ପରିବର୍ତ୍ତନ କରନ୍ତୁ” ଦେଖନ୍ତୁ।

ପ୍ରାପ୍ତ ଡକ୍ଯୁମେଣ୍ଟ୍‌ର ଉତ୍ତର ଦିଅନ୍ତୁ

ଆପଣ Mail ଆପ୍‌ରୁ ଏକ ଆଟାଚ୍‌ମେଣ୍ଟ୍ ସେଭ୍ କଲେ, ଆପଣ ଶୀଘ୍ର ଇମେଲ୍‌ର ଉତ୍ତର ଦେଇପାରିବେ ଏବଂ ବିକଳ୍ପ ଭାବରେ ଆଟାଚ୍‌ମେଣ୍ଟ୍‌କୁ ଫେରାଇପାରିବେ।

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଆପଣ ଉତ୍ତର ଯେଉଁ ଫାଇଲ୍‌ର ଉତ୍ତର ଦେବାକୁ ଚାହାନ୍ତି ତାକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଉତ୍ତର ଦିଅନ୍ତୁ” ଉପରେ ଟାପ୍ କରନ୍ତୁ।

ଏକ ଡକ୍ଯୁମେଣ୍ଟ୍‌ ସ୍କାନ୍ କରନ୍ତୁ

  1. ଆପଣଙ୍କ iPadରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଆପଣ ଯେଉଁ ଡକ୍ଯୁମେଣ୍ଟ୍‌କୁ ସ୍କାନ୍ କରିବାକୁ ଚାହୁଁଛନ୍ତି ତାହାର ଲୋକେଶନ୍ କିମ୍ବା ଫୋଲ୍ଡର୍ ଖୋଲନ୍ତୁ।

  3. ଅଧିକ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଡକ୍ଯୁମେଣ୍ଟ୍‌ ସ୍କାନ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

ଏହା ମଧ‍୍ୟ ଦେଖନ୍ତୁiPadରେ iCloud Drive ସେଟ୍ ଅପ୍ କରନ୍ତୁ
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.