ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Safariରେ ଟାବ୍ ଗ୍ରୁପ୍ ସହ ଆପଣଙ୍କ ଟାବ୍ ବ୍ଯବସ୍ଥିତ କରନ୍ତୁ

ଆପଣ ଟ୍ଯାବ୍‌‌ଗୁଡ଼ିକୁ ବ୍ଯବସ୍ଥିତ ରଖିବା ପାଇଁ ଟ୍ଯାବ୍‌‌ ଗ୍ରୂପ୍‌ ତିଆରି କରିପାରିବେ ଏବଂ ପରେ ସେଗୁଡ଼ିକୁ ଖୋଜିବା ସହଜ କରିପାରିବେ।

Safari ରେ, ଏହାର ତିନୋଟି ଖୋଲା ଥିବା ଟାବ୍ ପ୍ରୀଭ୍ଯୂ ଦେଖାଯିବା ସହିତ ବିଜ୍ଞାନ ପାଇଁ ଟାବ୍ ଗ୍ରୂପ୍ ଚୟନ କରାଯାଇଛି।

ଏକ ଟ୍ଯାବ୍‌ ଗ୍ରୁପ୍‌ ତିଆରି କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍ ଖୋଲିବା ପାଇଁ “ସାଇଡ୍‌ବାର୍ ଦେଖାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ସାଇଡ୍‌ବାର୍‌ର ଶୀର୍ଷ-ଡାହାଣ କୋଣରେ ଥିବା ନୂଆ ଟାବ୍‌ ଗ୍ରୂପ୍ ବଟନ୍ ରେ ଟାପ୍ କରନ୍ତୁ।

  3. ନୂଆ ଖାଲି ଟାବ୍ ଗ୍ରୂପ୍ ଉପରେ ଟାପ୍ କରନ୍ତୁ, ଏକ ନାମ ଲେଖନ୍ତୁ, ତା’ପରେ ସେଭ୍ ଉପରେ ଟାପ୍ କରନ୍ତୁ।

ଏକ ଟ୍ଯାବ୍‌ ଗ୍ରୁପ୍‌ ରୀନେମ୍ କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍ ଖୋଲିବା ପାଇଁ “ସାଇଡ୍‌ବାର୍ ଦେଖାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଯେକୌଣସି ଟାବ୍‌ ଗ୍ରୂପ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. ରୀନେମ୍ କରିବା ପାଇଁ ଟାପ୍ କରନ୍ତୁ।

ଏକ ଟ୍ଯାବ୍‌ ଗ୍ରୁପ୍‌ରେ ଟ୍ଯାବ୍‌ଗୁଡ଼ିକୁ ରୀଅର୍ଡର୍‌ କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ ଖୋଲିବା ପାଇଁ “ସାଇଡ୍‌ବାର୍ ଦେଖାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଟାବ୍‌ ଗ୍ରୂପ୍‌ରେ ଯେକୌଣସି ଟାବ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  3. ଦୃଶ୍ଯମାନ ହେଉଥିବା ମେନ‍୍ୟୂରେ “ଟାବ୍ ବ୍ଯବସ୍ଥା କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

    କିମ୍ବା ଟ୍ଯାବ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ଏହାକୁ ଆପଣ ଚାହୁଁଥିବା ସ୍ଥାନକୁ ଡ୍ରାଗ୍ କରନ୍ତୁ।

ଏକ ଟାବ୍‌ ଗ୍ରୂପ୍‌ର ସମ୍ମୁଖରେ ଥିବା ଏକ ଟାବ୍‌କୁ ପିନ୍ କରନ୍ତୁ

ଆପଣ ପ୍ରତ୍ଯେକ ଗ୍ରୁପ୍‌ରେ “ପିନ୍ ହୋଇଥିବା ଟ୍ଯାବ୍‌” ସହିତ ଆପଣଙ୍କ ଟ୍ଯାବ୍‌ ଗ୍ରୁପ୍‌ଗୁଡ଼ିକୁ କଷ୍ଟମାଇଜ୍ କରିପାରିବେ। ଟ୍ଯାବ୍‌ ବାର୍‌ର ବାମ ପାର୍ଶ୍ୱରେ ପିନ୍ ହୋଇଥିବା ଟ୍ଯାବ୍‌ ପିନ୍ ହୋଇ ରହିଥାଏ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଆପଣ ପିନ୍ କରିବାକୁ ଚାହୁଁଥିବା ଟାବ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. ଦେଖାଯାଉଥିବା ମେନ‍୍ୟୂରେ, “ଟାବ୍‌ ପିନ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    ଟାବ୍‌କୁ ଅନ୍‌ପିନ୍‌ କରିବାକୁ, ଏହାକୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ଟ୍ଯାବ୍‌ ଅନ୍‌ପିନ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

ଗୋଟିଏ ଟ୍ଯାବ୍‌କୁ ଅନ୍ଯ ଏକ ଟ୍ଯାବ୍‌ ଗ୍ରୁପ୍‌କୁ ମୂଭ୍‌ କରନ୍ତୁ

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. ଟାବ୍‌ ବାର୍‌ରେ ଥିବା ଟାବ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ଟାବ୍‌ ଗ୍ରୂପ୍‌କୁ ମୂଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ଆପଣ ପୂର୍ବରୁ ତିଆରି କରିଥିବା ଟାବ୍ ଗ୍ରୂପ୍ ମଧ‍୍ୟରୁ ଗୋଟିଏ ବାଛନ୍ତୁ, କିମ୍ବା ଏକ ନୂଆ ତିଆରି କରିବା ପାଇଁ ”ନୂଆ ଟାବ୍‌ ଗ୍ରୂପ୍”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.