ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ FaceTime କଲ୍ ସମୟରେ ଏକ Live Photo ଉଠାନ୍ତୁ

ଆପଣ FaceTime ଆପ୍‌ ରେ ଏକ ଭିଡିଓ କଲ୍‌ରେ ଥିବା ସମୟରେ, ଆପଣ ନିଜ ବାର୍ତ୍ତାଳାପର ଏକ ମୁହୂର୍ତ୍ତ (ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ) କ୍ୟାପ୍‌ଚର୍ କରିବାକୁ ଏକ FaceTime Live Photo ଉଠାଇପାରିବେ। କ‍୍ୟାମେରା, ଅଡିଓ ସହିତ, ଆପଣ ଫଟୋ ଉଠାଇବା ପୂର୍ବରୁ ଏବଂ ପରେ ଯାହା ଘଟେ ତାହା କ‍୍ୟାପ୍‌ଚର୍‌ କରିଥାଏ, ଯାହାଦ୍ୱାରା ଏହା ଯେପରି ଘଟୁଛି ଆପଣ ଠିକ୍ ସେପରି ଦେଖିପାରିବେ ଏବଂ ପରେ ଶୁଣିପାରିବେ।

ଏକ FaceTime Live Photo ନେବା ପାଇଁ, ପ୍ରଥମେ ସେଟିଂସ୍‌  > ଆପ୍ > FaceTime ରେ FaceTime Live Photos ଚାଲୁ ଥିବା ନିଶ୍ଚିତ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  • ୱନ୍-ଟୁ-ୱନ୍ FaceTime କଲ୍ ସମୟରେ: “ଫଟୋ ଉଠାନ୍ତୁ”ବଟନ୍‌ରେ ଟାପ୍ କରନ୍ତୁ।

  • ଗ୍ରୂପ୍ FaceTime କଲ୍ ସମୟରେ: ଆପଣ ଯେଉଁ ବ୍ଯକ୍ତିଙ୍କ ଫଟୋ ନେବାକୁ ଚାହୁଁଛନ୍ତି ତାଙ୍କ “ଟାଇଲ୍”ରେ ଟାପ୍ କରନ୍ତୁ, ତା’ପରେ “ଫଟୋ ଉଠାନ୍ତୁ”ବଟନ୍‌ରେ ଟାପ୍ କରନ୍ତୁ।

ଆପଣ ଦୁହେଁ ଫଟୋ ଉଠାଯାଇଛି ଏବଂ ଲାଇଭ୍ ଫଟୋ ଆପଣଙ୍କ ଫଟୋ ଆପ୍‌ରେ ସେଭ୍ ହୋଇଛି ବୋଲି ଏକ ନୋଟିଫିକେସନ୍ ପାଆନ୍ତି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.