ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Mail ଆପ୍‌ରେ ଏକ ଡ୍ରାଫ୍ଟ୍ ସେଭ୍ କରନ୍ତୁ

ଆପଣ ପରେ ସମ୍ପୂର୍ଣ୍ଣ କରିବାକୁ ଏକ ଡ୍ରାଫ୍ଟ୍‌ ସେଭ୍ କରିପାରିବେ କିମ୍ୱା ଆପଣ ଏକ ନୂଆ ଡ୍ରାଫ୍ଟ୍‌ ଲେଖିବା ସମୟରେ ପୂର୍ବରୁ ଥିବା ଇମେଲ୍‌ ମେସେଜ୍‌ଗୁଡ଼ିକୁ ଦେଖିପାରିବେ।

ପରବର୍ତ୍ତୀ ସମୟ ପାଇଁ ଏକ ଡ୍ରାଫ୍ଟ୍‌ ସେଭ୍ କରନ୍ତୁ

  1. ଆପଣଙ୍କ iPadରେ Mail ଆପ୍ କୁ ଯାଆନ୍ତୁ।

  2. ଆପଣ ଲେଖୁଥିବା ଏକ ମେସେଜ୍‌ରେ, “ବନ୍ଦ କରନ୍ତୁ” ବଟନ୍‌ ଟାପ୍‌ କରନ୍ତୁ, ତା’ପରେ “ଡ୍ରାଫ୍ଟ୍‌ରେ ସେଭ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

    ଆପଣ ଡ୍ରାଫ୍ଟ୍ ଭାବରେ ସେଭ୍ କରିଥିବା ମେସେଜ୍‌ରେ କାର୍ଯ୍ଯକୁ ପୁନଃ ଚାଲୁ କରିବା ପାଇଁ “କମ୍ପୋଜ୍” ବଟନ୍‌ କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ଏକ ଡ୍ରାଫ୍ଟ୍ ଚୟନ କରନ୍ତୁ।

ଟିପ୍‌: ଆପଣ ନିଜେ ମଧ୍ୟ iPad ଏବଂ Mac ମଧ୍ଯରେ ଅସମ୍ପୂର୍ଣ୍ଣ ଇମେଲ୍‌ଗୁଡ଼ିକ ହ୍ଯାଣ୍ଡ୍‌ ଅଫ୍‌ କରିପାରିବେ। iPad ଏବଂ ଆପଣଙ୍କ ଅନ୍ଯ ଡିଭାଇସ୍ ମଧ୍ୟରେ ଥିବା ଟାସ୍କ୍‌କୁ ହ୍ଯାଣ୍ଡ୍‌ ଅଫ୍ କରନ୍ତୁ ଦେଖନ୍ତୁ।

ଆପଣ ଗୋଟିଏ ଲେଖୁଥିବା ସମୟରେ ଅନ୍ଯ ଏକ ମେସେଜ୍ ଦେଖନ୍ତୁ

ଆପଣ ଏକକାଳୀନ ଏକାଧିକ Mail ୱିଣ୍ଡୋ ଦେଖିପାରିବେ। “ଏକ ଆପ୍‌ରେ ୱିଣ୍ଡୋ ଖୋଲନ୍ତୁ ଏବଂ ଦେଖନ୍ତୁ” ଦେଖନ୍ତୁ।

ଆପଣଙ୍କର ସମସ୍ତ ସାମ୍ପ୍ରତିକ ମେସେଜ୍‌ ଡ୍ରାଫ୍ଟ୍‌ ଦେଖନ୍ତୁ

ଯଦି ଆପଣଙ୍କର ଏକାଧିକ ଇମେଲ୍ ଆକାଉଣ୍ଟ୍‌ ଅଛି, ତେବେ ଆପଣ ନିଜର ସମସ୍ତ ମେସେଜ୍ ଡ୍ରାଫ୍ଟ୍‌କୁ ଆକ୍ସେସ୍ କରିବା ପାଇଁ “ସମସ୍ତ ଡ୍ରାଫ୍ଟ୍ ମେଲ୍‌ବକ୍ସ୍” ବ‍୍ୟବହାର କରିପାରିବେ।

  1. ଆପଣଙ୍କ iPadରେ Mail ଆପ୍ କୁ ଯାଆନ୍ତୁ।

  2. ଉପର-ବାମ କୋଣରେ “ସାଇଡ୍‌ବାର୍ ଦେଖାନ୍ତୁ” ବଟନ୍ ଟାପ୍‌ କରନ୍ତୁ।

  3. ଲିଷ୍ଟ୍‌ର ଶୀର୍ଷରେ ଥିବା “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ସମସ୍ତ ଡ୍ରାଫ୍ଟ୍ ମେଲ୍‌ବକ୍ସ୍”କୁ ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.