ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଘର ଆପ୍ ସାହାଯ‍୍ୟରେ ଆକ୍ସେସରି ସେଟ୍ ଅପ୍ କରନ୍ତୁ

ପ୍ରଥମ ଥର ଆପଣ ଘର ଆପ୍ ଖୋଲିଲେ, ସେଟ୍ଅପ୍ ଆସିଷ୍ଟାଣ୍ଟ୍ ଆପଣଙ୍କୁ ଏକ ଘର ତିଆରି କରିବାରେ ସହାୟତା କରିଥାଏ, ଯେଉଁଠି ଆପଣ ଆକ୍ସେସରି ଯୋଡ଼ିପାରିବେ ଏବଂ ରୂମ୍‌ଗୁଡ଼ିକୁ ପରିଭାଷିତ କରିପାରିବେ। ଯଦି ଆପଣ ଏକ ଭିନ୍ନ ଆକ୍ସେସରି ସେଟ୍ ଅପ୍ କରିବା ସମୟରେ ପୂର୍ବରୁ ଏକ ଘର ତିଆରି କରିସାରିଛନ୍ତି, ତେବେ ଆପଣ ଏହି ଷ୍ଟେପ୍‌କୁ ସ୍କିପ୍ କରନ୍ତୁ।

ଘରେ ଏକ ଆକ୍ସେସରି ଯୋଡ଼ନ୍ତୁ

ଆପଣ ଲାଇଟ୍ କିମ୍ବା କ୍ୟାମେରା ପରି ଏକ ଆକ୍ସେସରି ଯୋଡ଼ିବା ପୂର୍ବରୁ, ନିଶ୍ଚିତ କରନ୍ତୁ ଯେ, ଏହା ଏକ ପାୱର୍‌ର ସୋର୍ସ୍‌ ସହିତ ସଂଯୁକ୍ତ ହୋଇଛି, ଚାଲୁ ଅଛି ଏବଂ ଏଥିରେ ନେଟ୍‌ଓ୍ବର୍କ୍‌ ଅଛି।

  1. ଆପଣଙ୍କ iPadରେ ଘର ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ ଘର ଆପ୍‌ ଉପରେ ଟାପ୍ କରନ୍ତୁ, ତା’ପରେ “ଆକ୍ସେସରି ଯୋଡ଼ନ୍ତୁ” ଉପରେ ଟାପ୍ କରନ୍ତୁ।

    ଆପଣ ସ୍କ୍ରୀନ୍ ଶୀର୍ଷରେ “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରିପାରିବେ, ତା’ପରେ “ଆକ୍ସେସରି ଯୋଡ଼ନ୍ତୁ” ବାଛନ୍ତୁ।

  3. ଯଦି ଆପଣ ପୂର୍ବରୁ ଅନ୍ୟ ଏକ ଆପ୍ ସହିତ ପେୟର୍ ହୋଇଥିବା ଏକ ମ୍ୟାଟର୍ ଆକ୍ସେସରି ପେୟର୍ କରୁଥାନ୍ତି, ତେବେ “ଅଧିକ ବିକଳ୍ପ” ଉପରେ ଟାପ୍ କରନ୍ତୁ, ତା’ପରେ ଆପଣଙ୍କ ଆକ୍ସେସରି ଚୟନ କରନ୍ତୁ।

  4. ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀର ଅନୁସରଣ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ମ୍ୟାଟର୍-ସକ୍ଷମ ଆକ୍ସେସରି ପାଇଁ ଏକ ଘର ହବ୍ ଆବଶ୍ୟକ, ଯେପରିକି HomePod ସ୍ପୀକର୍ କିମ୍ବା Apple TV 4K। ଥ୍ରେଡ୍ ଆକ୍ସେସରି ପାଇଁ ଏକ ଥ୍ରେଡ୍-ସକ୍ଷମ ଥିବା ଘର ହବ୍ ଆବଶ୍ୟକ, ଯେପରିକି Apple TV 4K (3ୟ ଜେନେରେଶନ୍) Wi-Fi+ ଇଥର୍‌ନେଟ୍, HomePod mini, ଏକ ସମର୍ଥିତ ତୃତୀୟ ପକ୍ଷ ବର୍ଡର୍ ରାଉଟର୍, କିମ୍ବା ଏକ ଡିଭାଇସ୍ ଯାହା ଥ୍ରେଡ୍ ପେୟରିଂକୁ ସମର୍ଥନ କରେ

ଆପଣଙ୍କୁ ଏକ QR କୋଡ୍ ସ୍କାନ୍ କରିବାକୁ ପଡ଼ିପାରେ, ଆକ୍ସେସରି (କିମ୍ବା ଏହାର ବକ୍ସ୍ କିମ୍ବା ଡକ୍ୟୁମେଣ୍ଟେଶନ୍)ରେ ଥିବା ଏକ 8-ଅଙ୍କ ବିଶିଷ୍ଟ Apple Home ସେଟ୍ଅପ୍ କୋଡ୍ ଲେଖିବାକୁ ପଡ଼ିପାରେ କିମ୍ବା Matter-ସକ୍ଷମ କରାଯାଇଥିବା ଆକ୍ସେସରି ପାଇଁ ଏକ 11 କିମ୍ବା 21 ଅଙ୍କ ବିଶିଷ୍ଟ କୋଡ୍ ଲେଖିବାକୁ ପଡ଼ିପାରେ। Apple Home-ସ୍ମାର୍ଟ୍ TV ଆପଣ ସ୍କାନ୍ କରିବା ପାଇଁ ଏକ QR କୋଡ୍ ଡିସ୍‌ପ୍ଲେ କରେ। ଆପଣ ଏକ ରୂମ୍‌କୁ ଆକ୍ସେସରି ଆସାଇନ୍ କରିପାରିବେ, ଏହାକୁ ଏକ ନାମ ଦେଇପାରିବେ, ତା’ପରେ Siri ସହିତ ଆକ୍ସେସରି ନିୟନ୍ତ୍ରଣ କରିବା ସମୟରେ ଏହି ନାମର ବ‍୍ୟବହାର କରିପାରିବେ। ଆପଣ ସେଟ୍ଅପ୍ ସମୟରେ ମଧ୍ୟ ପ୍ରସ୍ତାବିତ ଅଟୋମେଶନ୍ ଯୋଡ଼ିପାରିବେ

ଆପଣ tvOS ରେ Apple TV 4K ସେଟ୍ ଅପ୍ କରି ଏହାକୁ ଏକ ରୂମ୍‌କୁ ଆସାଇନ୍ କରିବା ସମୟରେ, iPad ରେ ଥିବା ଘର ଆପ୍‌ରେ ସେହି ରୂମ୍‌ରେ ଏହା ସ୍ୱୟଂଚାଳିତ ଭାବରେ ଦେଖାଯିବ।

ଆପଣ ମ୍ୟାଟର୍ ଆକ୍ସେସରିଗୁଡ଼ିକୁ ସେଟ୍ ଅପ୍ କରିବା ପାଇଁ ବ୍ୟବହାର କରୁଥିବା ଆପ୍ ନିର୍ବିଶେଷରେ, ପେୟର୍ ହୋଇଥିବା ମ୍ୟାଟର୍ ଆକ୍ସେସରି ସବୁ ଡିଭାଇସ୍‌ରେ ସିଙ୍କ୍ ହୁଏ ଏବଂ iCloud କୀ’ଚେନ୍ ବ୍ୟବହାର କରି ସେଟିଂସ୍ ଆପ୍‌ରେ ଷ୍ଟୋର୍ କରାଯାଏ। ଆପଣ ସହଜରେ କୀ’ଚେନ୍‌ରେ ଷ୍ଟୋର୍ କରାଯାଇଥିବା ଏକ ପୂର୍ବରୁ ପେୟର୍ ହୋଇଥିବା ଆକ୍ସେସରି ଅନ୍ୟ ଏକ ମ୍ୟାଟର୍ ଇକୋସିଷ୍ଟମ୍‌ ଆପ୍‌ରେ ଯୋଡ଼ିପାରିବେ। ଏହି ଆକ୍ସେସରି ପରିଚାଳନା କରିବା ପାଇଁ, ସେଟିଂସ୍ > ସାଧାରଣକୁ ଯାଆନ୍ତୁ, ତା’ପରେ “ମ୍ୟାଟର୍ ଆକ୍ସେସରି” ଉପରେ ଟାପ୍ କରନ୍ତୁ। Apple ସହାୟତା ଆର୍ଟିକଲ୍ ପେୟର୍‌ ଦେଖନ୍ତୁ ଏବଂ ମ୍ୟାଟର୍ ଆକ୍ସେସରି ପରିଚାଳନା କରନ୍ତୁ

ଏକ ରୁମ୍‌ର ଆକ୍ସେସରି ଦେଖାନ୍ତୁ

ଆପଣ ଅଲଗା ଅଲଗା ରୂମ୍, ସେଗୁଡ଼ିକୁ ଆସାଇନ୍ କରାଯାଇଥିବା ସୀନ୍ ଏବଂ ବର୍ଗ ଅନୁସାରେ ସୁବ୍ୟବସ୍ଥିତ ଏକ ରୂମ୍‌ର ଆକ୍ସେସରି ଦେଖାଇପାରିବେ।

ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  • ଆପଣଙ୍କ iPadରେ ଘର ଆପ୍ କୁ ଯାଆନ୍ତୁ।

  • ସାଇଡ୍‌ବାର୍‌ରେ ରୂମ୍ ଉପରେ ଟାପ୍ କରନ୍ତୁ।

  • ଏକ ରୂମ୍‌ର ନାମ ପାଖରେ ଥିବା >ରେ ଟାପ୍‌ କରନ୍ତୁ।

ଏକ ଆକ୍ସେସରିର ରୂମ୍ ଆସାଇନ୍‌ମେଣ୍ଟ୍ ବଦଳାନ୍ତୁ

  1. ଆପଣଙ୍କ iPadରେ ଘର ଆପ୍ କୁ ଯାଆନ୍ତୁ।

  2. ଏକ ଆକ୍ସେସରି ଟାଇଲ୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଆକ୍ସେସରି ସେଟିଂସ୍”ରେ ଟାପ୍ କରନ୍ତୁ।

  3. “ରୂମ୍”ରେ ଟାପ୍ କରନ୍ତୁ, ତା’ପରେ ଏକ ରୂମ୍ ବାଛନ୍ତୁ।

ଏକ ରୂମ୍ ଏଡିଟ୍ କରନ୍ତୁ

ଆପଣ ଏକ ରୁମ୍‌ର ନାମ ଏବଂ ୱାଲ୍‌ପେପର୍ ବଦଳାଇ ପାରିବେ, ରୂମ୍‌କୁ କାଢ଼ି ପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ। ଆପଣ ଏକ ରୂମ୍‌କୁ କାଢ଼ି ଦେଲେ, ସେଥିରେ ଆସାଇନ୍ ହୋଇଥିବା ଆକ୍ସେସରି ଡିଫଲ୍ଟ୍ ରୂମ୍‌କୁ ମୂଭ୍ ହୋଇଯାଏ।

  1. ଆପଣଙ୍କ iPadରେ ଘର ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ ଏକ ରୂମ୍ ଉପରେ ଟାପ୍ କରନ୍ତୁ।

  3. ଘର ଟାବ୍‌ରେ, ରୂମ୍‌ ପାଖରେ ଥିବା >ରେ ଟାପ୍‌ କରନ୍ତୁ କିମ୍ବା ଅଧିକ ବଟନ୍‌ରେ ଟାପ୍‌ କରନ୍ତୁ, ତାପରେ ଏକ ରୂମ୍‌ ବାଛନ୍ତୁ।

ରୂମ୍‌ଗୁଡ଼ିକୁ ଜୋନ୍ ହିସାବରେ ବ୍ୟବସ୍ଥିତ କରନ୍ତୁ

Siri ସହିତ ଆପଣଙ୍କ ଘରର ବିଭିନ୍ନ କ୍ଷେତ୍ରକୁ ସହଜରେ କଣ୍ଟ୍ରୋଲ୍ କରିବା ପାଇଁ ଆପଣ ଏକ ଜୋନ୍‌ରେ ରୂମ୍‌ଗୁଡ଼ିକୁ ଏକତ୍ରିତ କରି ଗ୍ରୁପ୍ କରିପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣଙ୍କ ଦୁଇ ମହଲା ଘର ଅଛି, ତେବେ ଆପଣ ପ୍ରଥମ ମହଲାରେ ଥିବା ରୂମ୍‌ଗୁଡ଼ିକୁ ତଳ ଜୋନ୍‌କୁ ଆସାଇନ୍ କରିପାରିବେ।

  1. ଆପଣଙ୍କ iPadରେ ଘର ଆପ୍ କୁ ଯାଆନ୍ତୁ।

  2. ଘର ଟାବ୍‌ରେ ଏକ ରୂମ୍ ପାଖରେ ଥିବା >ରେ ଟାପ୍‌ କରନ୍ତୁ; କିମ୍ବା ଅଧିକ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଏକ ରୂମ୍ ବାଛନ୍ତୁ।

  3. ଅଧିକ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ରୂମ୍ ସେଟିଂସ୍”ରେ ଟାପ୍‌ କରନ୍ତୁ।

  4. “ଜୋନ୍”ରେ ଟାପ୍‌ କରନ୍ତୁ, ତା’ପରେ ଏକ “ବିଦ୍ୟମାନ ଜୋନ୍”ରେ ଟାପ୍‌ କରନ୍ତୁ କିମ୍ବା ଏକ ନୂଆ ଜୋନ୍‌ରେ ରୂମ୍ ଯୋଡ଼ିବାକୁ “ନୂଆ ତିଆରି କରନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.