ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଟାଗ୍‌ ସାହାଯ‍୍ୟରେ ଆପଣଙ୍କ ନୋଟ୍‌କୁ ବ୍ଯବସ୍ଥିତ କରନ୍ତୁ

ନୋଟ୍ ଆପ୍‌ରେ ଆପଣ ଟ୍ଯାଗ୍‌କୁ ଆପଣଙ୍କ ନୋଟ୍‌କୁ ବର୍ଗୀକରଣ ଏବଂ ବ୍ଯବସ୍ଥିତ କରିବା ପାଇଁ ଏକ ଦ୍ରୁତ ଏବଂ ପରିବର୍ତ୍ତନୀୟ ଉପାୟ ଭାବରେ ବ‍୍ୟବହାର କରିପାରିବେ। ଆପଣ ଏକ ନୋଟ୍‌ରେ ଗୋଟିଏ କିମ୍ବା ଅଧିକ ଟ୍ଯାଗ୍‌ ଯୋଡ଼ିପାରିବେ, ଯେପରିକି #shopping ଏବଂ #work ଏବଂ ଟ୍ଯାଗ୍‌ ବ୍ରାଉଜର୍ କିମ୍ବା ସ୍ମାର୍ଟ ଫୋଲ୍ଡର୍ ବ୍ଯବହାର କରି ଫୋଲ୍ଡର୍‌ଗୁଡ଼ିକରେ ଆପଣଙ୍କ ନୋଟ୍‌ଗୁଡ଼ିକୁ ସହଜରେ ସର୍ଚ୍ଚ୍‌ ଏବଂ ଫିଲ୍ଟର୍ କରିପାରିବେ।

ନୋଟ୍‌ରେ ଟ୍ଯାଗ୍‌‌‌ଗୁଡ଼ିକ ଯୋଡ଼ନ୍ତୁ

ଏକ ନୋଟ୍‌ରେ ଏକ ଟ୍ଯାଗ୍ ଯୋଡ଼ିବା ପାଇଁ, # ପରେ ଟ୍ଯାଗ୍ ନାମ ଟାଇପ୍ କରନ୍ତୁ, ତା’ପରେ ଏହାକୁ ସକ୍ରିୟ କରିବା ପାଇଁ ଟ୍ଯାଗ୍ ପରେ ଏକ ସ୍ପେସ୍ ଯୋଡ଼ନ୍ତୁ। ସକ୍ରିୟ ଟ‍୍ୟାଗ୍ ହଳଦିଆ ରଙ୍ଗର ହୋଇଯାଏ। ଆପଣ କୀ’ବୋର୍ଡ୍ ଉପରେ ଥିବା ମେନ୍ଯୂରୁ ଏକ ବିଦ୍ଯମାନ ଟ‍୍ୟାଗ୍ ମଧ‍୍ୟ ବାଛିପାରିବେ। ଟ୍ଯାଗ୍ କେବଳ ଗୋଟିଏ ଶବ୍ଦର ହେବା ଆବଶ‍୍ୟକ କିନ୍ତୁ ଶବ୍ଦଗୁଡ଼ିକୁ ଯୋଡ଼ିବା ପାଇଁ ଆପଣ ଡ୍ଯାଶ୍ ଏବଂ ଅଣ୍ଡର୍‌ସ୍କୋର୍ ବ୍ଯବହାର କରିପାରିବେ। ଯଦି ଆପଣ ଆପଣଙ୍କ ଟ୍ଯାଗ୍ ସକ୍ରିୟ ନ କରି ଏକ ନୋଟ୍ ସେଭ୍ କରନ୍ତି, ତେବେ ଏହା ଏକ ଟ୍ଯାଗ୍ ଭାବରେ ସେଭ୍ ହେବ ନାହିଁ। ଆପଣ ଏକ ନୋଟ୍‌ରେ ଏକାଧିକ ଟ୍ଯାଗ୍ ଯୋଡ଼ି ପାରିବେ।

ଟିପ୍‌: ଏକ ନୋଟ୍‌ରେ ଟାଗ୍ ଲେଖିବା ପାଇଁ ଆପଣ Apple Pencil କିମ୍ବା ନିଜ ଆଙ୍ଗୁଠି ବ‍୍ୟବହାର କରିପାରିବେ। “ଅଣ୍ଡର୍‌ଲାଇନ୍ ହୋଇଥିବା ଟ୍ଯାଗ୍” ଉପରେ ଟାପ୍ କରନ୍ତୁ, ତା’ପରେ “ଟ୍ଯାଗ୍‌ରେ ପରିଣତ କରନ୍ତୁ” ଉପରେ ଟାପ୍ କରନ୍ତୁ।

ଟାଗ୍ ରୀନେମ୍ କରନ୍ତୁ କିମ୍ବା ଡିଲିଟ୍ କରନ୍ତୁ

ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  • ଫୋଲ୍ଡର୍ ଲିଷ୍ଟ୍‌ର ନିମ୍ନରେ ଥିବା ଟ‍୍ୟାଗ୍ ବିଭାଗ ତଳେ, ଏକ ଟ‍୍ୟାଗ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଟ‍୍ୟାଗ୍ ରୀନେମ୍ କରନ୍ତୁ” କିମ୍ବା “ଟ‍୍ୟାଗ୍ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଟ୍ଯାଗ୍ ଲିଷ୍ଟ୍ ଦେଖାଇବା ପାଇଁ ଆପଣଙ୍କୁ “ସାଇଡ୍‌ବାର୍‌ ଟଗଲ୍ କରନ୍ତୁ” ବଟନ୍ ରେ ଟାପ୍ କରିବାକୁ ପଡ଼ିପାରେ।

  • “ଏଡିଟ୍ କରନ୍ତୁ” (ଫୋଲ୍ଡର୍ ଲିଷ୍ଟ୍‌ର ଶୀର୍ଷରେ) ଟାପ୍ କରନ୍ତୁ, ଏହାକୁ ରୀନେମ୍ କରିବା ପାଇଁ ଏକ ଟ୍ଯାଗ୍‌ରେ ଟାପ୍ କରନ୍ତୁ କିମ୍ବା “ଡିଲିଟ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

ଆପଣ ଏକ ଟ୍ଯାଗ୍ ଡିଲିଟ୍ କଲେ, ଏହାକୁ ବ୍ଯବହାର କରୁଥିବା ସମସ୍ତ ସ୍ମାର୍ଟ୍‌ ଫୋଲ୍ଡର୍‌ ରୁ ମଧ୍ଯ ଏହାକୁ କାଢ଼ି ଦିଆଯାଏ।

ଟ୍ଯାଗ୍ ସହିତ ଥିବା ନୋଟ୍‌ଗୁଡ଼ିକ ଦେଖନ୍ତୁ

ଫୋଲ୍ଡର୍ ଲିଷ୍ଟ୍‌ର ନିମ୍ନରେ ଥିବା ଟ‍୍ୟାଗ୍ ବିଭାଗ ତଳେ, (ଯଦି ଆବଶ୍ୟକ ହୁଏ, ତେବେ ଟ‍୍ୟାଗ୍‌ର ଲିଷ୍ଟ୍ ଦେଖାଇବା ପାଇଁ “ସାଇଡ୍‌ବାର୍‌ ଟଗଲ୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ), ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

  • ଟ୍ଯାଗ୍ ସହିତ ସମସ୍ତ ନୋଟ୍ ଦେଖନ୍ତୁ: ସମସ୍ତ ଟ୍ଯାଗ୍‌ରେ ଟାପ୍ କରନ୍ତୁ।

  • ନିର୍ଦ୍ଦିଷ୍ଟ ଟ୍ଯାଗ୍ ସହିତ ନୋଟ୍ ଦେଖନ୍ତୁ: ଗୋଟିଏ କିମ୍ବା ଅଧିକ ଟ୍ୟାଗ୍‌ରେ ଟାପ୍‌ କରନ୍ତୁ; କୌଣସି ଟ୍ୟାଗ୍‌କୁ ବାଦ୍ ଦେବା ପାଇଁ, ନାମ ମଧ୍ୟରେ ଏକ ଗାର ନ ଦେଖାଯିବା ପର୍ଯ‍୍ୟନ୍ତ ଟ୍ୟାଗ୍‌ରେ ଟାପ୍‌ କରନ୍ତୁ। ତା’ପରେ କୌଣସି କିମ୍ବା ସମସ୍ତ ଚୟନିତ ଟ୍ଯାଗ୍‌ ସହିତ ମେଳ ହେଉଥିବା ନୋଟ୍ ଦେଖିବା ପାଇଁ ବାଛନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.