iPad ରେ ଥିବା Apple Games ଆପ୍‌ରେ ଆପଣଙ୍କ Game Center ପ୍ରୋଫାଇଲ୍ ସେଟ୍ ଅପ୍ କରନ୍ତୁ

Game Center ହେଉଛି Apple ର ସୋଶିଅଲ୍ ଗେମିଂ ସେବା ଯାହା ଆପଣଙ୍କୁ ବନ୍ଧୁଙ୍କ ସହ ସଂଯୋଗ କରିବାକୁ, ସ୍କୋର୍‌ ଏବଂ ଉପଲବ୍ଧିକୁ ଟ୍ରାକ୍‌ କରିବାକୁ ଏବଂ ତୁଳନା କରିବାକୁ, ଚ୍ୟାଲେଞ୍ଜ୍‌ରେ ଅନ୍ୟ ପ୍ଲେୟର୍‌ଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏବଂ ବନ୍ଧୁଙ୍କୁ ମଲ୍ଟିପ୍ଲେୟର୍‌ ଗେମ୍‌ ଆମନ୍ତ୍ରଣ କରିବାକୁ ଅନୁମତି ଦିଏ। Apple Games ଆପ୍‌ରେ, ଆପଣ ନିଜର Game Center ପ୍ରୋଫାଇଲ୍ ପର୍ସନଲାଇଜ୍ କରିପାରିବେ, ଆପଣଙ୍କ ସହିତ କିଏ ସଂଯୋଗ କରିପାରିବେ ତାହା ପରିଚାଳନା ଇତ‍୍ୟାଦି କରିପାରିବେ।

ଧ‍୍ୟାନ ଦିଅନ୍ତୁ: Apple Games ଆପ୍ ବ୍ଯବହାର କରିବାକୁ, ନିଶ୍ଚିତ କରନ୍ତୁ ଯେ ଆପଣ ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି

ଆପଣଙ୍କ Game Center ପ୍ରୋଫାଇଲ୍ ସେଟ୍ ଅପ୍ କରନ୍ତୁ

  1. ଆପଣଙ୍କ iPad ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. “ଜାରି ରଖନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ପୁନଃ ଜାରି ରଖନ୍ତୁ”ରେ ଟାପ୍ କରନ୍ତୁ।

  3. ଆପଣଙ୍କ ପ୍ଲେୟର୍ ପ୍ରୋଫାଇଲ୍ କଷ୍ଟମାଇଜ୍ କରିବା ପାଇଁ ନିମ୍ନଲିଖିତଟି କରନ୍ତୁ:

    • ଆପଣଙ୍କ ଅବତାର ବାଛନ୍ତୁ: “ଏଡିଟ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ଏକ ଅବତାର ଚୟନ କରନ୍ତୁ।

    • ଏକ ଡାକନାମ ତିଆରି କରନ୍ତୁ: ଆପଣ ଏକାଠି ଗେମ୍ ଖେଳିବା ସମୟରେ ଆପଣଙ୍କ ସାଙ୍ଗମାନେ ଦେଖୁଥିବା ଏକ ଡାକନାମ ବାଛିବାକୁ, ଡାକନାମରେ ଟାପ୍ କରନ୍ତୁ, ତା’ପରେ ଏକ ନାମ ଲେଖନ୍ତୁ କିମ୍ବା ପରାମର୍ଶ ମଧ୍ଯରୁ ଗୋଟିଏ ବାଛନ୍ତୁ।

    • ଆପଣଙ୍କ ଗେମ୍ ଆକ୍ଟିଭିଟି କିଏ ଦେଖିପାରିବ ତାହା ବାଛନ୍ତୁ: ଏକ ବିକଳ୍ପ ଉପରେ ଟାପ୍ କରନ୍ତୁ।

  4. “ଜାରି ରଖିନ୍ତୁ”ରେ ଟାପ୍ କରନ୍ତୁ।

ଆପଣ ସେଟିଂସ୍ ଆପ୍ କୁ ଯାଇ, ତା’ପରେ Game Center ରେ ଟାପ୍ କରି ମଧ‍୍ୟ ନିଜର Game Center ପ୍ରୋଫାଇଲ୍ ସେଟ୍ ଅପ୍ କରିପାରିବେ। Game Center ଚାଲୁ କରନ୍ତୁ, ତା’ପରେ ଆପଣଙ୍କ ପ୍ଲେୟର୍ ପ୍ରୋଫାଇଲ୍ କଷ୍ଟମାଇଜ୍ କରନ୍ତୁ।

ଆପଣଙ୍କ Game Center ପ୍ରୋଫାଇଲ୍ ଏଡିଟ୍ କରନ୍ତୁ

  1. ଆପଣଙ୍କ iPad ରେ ଥିବା Apple Games ଆପ୍ କୁ ଯାଆନ୍ତୁ।

  2. ଉପର-ଡାହାଣ କୋଣରେ ଆପଣଙ୍କ ଅବତାରରେ ଟାପ୍ କରନ୍ତୁ, ତା’ପରେ “ପ୍ରୋଫାଇଲ୍ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଆପଣଙ୍କ ଅବତାର ଏଡିଟ୍ କରନ୍ତୁ: “ଏଡିଟ୍ କରନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ, ଏକ ଅବତାର ଚୟନ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

    • ଆପଣଙ୍କ ଡାକନାମ ଏଡିଟ୍ କରନ୍ତୁ: ଆପଣଙ୍କ ସାମ୍ପ୍ରତିକ ଡାକନାମରେ ଟାପ୍ କରନ୍ତୁ, ଏକ ନାମ ଲେଖନ୍ତୁ କିମ୍ବା ପରାମର୍ଶଗୁଡ଼ିକ ମଧ୍ଯରୁ ଗୋଟିଏ ଚୟନ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍ କରନ୍ତୁ।

  4. ଆପଣ ସମାପ୍ତ କରିବା ପରେ, ସମ୍ପୂର୍ଣ୍ଣ ବଟନ୍‌ ରେ ଟାପ୍‌ କରନ୍ତୁ।

ସେଟିଂସ୍ ଆପ୍ କୁ ଯାଇ, Game Center ରେ ଟାପ୍ କରି, ତା’ପରେ “ପ୍ରୋଫାଇଲ୍ କଷ୍ଟମାଇଜ୍ କରନ୍ତୁ”ରେ ଟାପ୍ କରି ଆପଣ ନିଜ Game Center ପ୍ରୋଫାଇଲ୍ ମଧ‍୍ୟ ଏଡିଟ୍ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.