ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଗୋଟିଏ ସ୍ବିଚ୍ ସହିତ ଏକାଧିକ ଡିଭାଇସ୍ କଣ୍ଟ୍ରୋଲ୍ କରନ୍ତୁ

ଆପଣ ଯେକୌଣସି ସ୍ବିଚ୍ ସଂଯୋଗ ଆଡ୍‌ଜଷ୍ଟ୍‌ ନକରି ଆପଣଙ୍କ Apple ଡିଭାଇସ୍‌କୁ ରିମୋଟ୍‌ରୁ କଣ୍ଟ୍ରୋଲ୍ କରିପାରିବେ। ପ୍ଲାଟ୍‌ଫର୍ମ୍‌ ସ୍ବିଚିଂ ସହିତ, ଆପଣ ନିଜ iPad କୁ କଣ୍ଟ୍ରୋଲ୍ କରିବା ପାଇଁ ବ୍ୟବହାର କରୁଥିବା ସମାନ ସ୍ବିଚ୍ ବ୍ୟବହାର କରି ନିଜର iPad, Mac, କିମ୍ବା Apple TV 4K ନାଭିଗେଟ୍ କରିପାରିବେ।

  1. ଆପଣଙ୍କ ଡିଭାଇସ୍‌କୁ ସମାନ Wi-Fi ନେଟ୍‌ୱର୍କ୍‌ ସହ ସଂଯୋଗ କରନ୍ତୁ।

  2. ସମାନ Apple ଆକାଉଣ୍ଟ୍ ସହିତ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ସାଇନ୍ ଇନ୍ କରନ୍ତୁ।

  3. iPad ରେ ସ୍ୱିଚ୍ କଣ୍ଟ୍ରୋଲ୍ ସେଟ୍ ଅପ୍ ଏବଂ ଚାଲୁ କରନ୍ତୁ, ତା’ପରେ ଅନ୍ୟମାନଙ୍କ ପାଇଁ ସ୍ୱିଚ୍ କଣ୍ଟ୍ରୋଲ୍ ଚାଲୁ କରନ୍ତୁ: iPhone, Mac କିମ୍ବା Apple TV 4K

  4. ସ୍କାନର୍ ମେନ‍୍ୟୂ ଖୋଲିବା ପାଇଁ ସ୍ବିଚ୍ ବ୍ୟବହାର କରନ୍ତୁ

  5. “ଡିଭାଇସ୍” ବାଛନ୍ତୁ, “ଅନ୍ଯ ଡିଭାଇସ୍ ବ୍ୟବହାର କରନ୍ତୁ” ବାଛନ୍ତୁ, ତା’ପରେ “ସଂଯୋଗ କରନ୍ତୁ” ବାଛନ୍ତୁ।

ଆପଣଙ୍କ iPadରୁ କଣ୍ଟ୍ରୋଲ୍ କାଢ଼ିବା ପାଇଁ, ସଂଯୁକ୍ତ ଡିଭାଇସ୍‌ରେ ଥିବା ଡିଭାଇସ୍‌କୁ ବାଛନ୍ତୁ, ତା’ପରେ “ବିଚ୍ଛିନ୍ନ କରନ୍ତୁ” ବାଛନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.