ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ତାରିଖ ଅନୁଯାୟୀ ଫଟୋ ଏବଂ ଭିଡିଓ ଖୋଜନ୍ତୁ

ଆପଣ ଏକ ନିର୍ଦ୍ଦିଷ୍ଟ—ତାରିଖ, ବର୍ଷ, ମାସ କିମ୍ବା ଦିନରେ ନିଆଯାଇଥିବା ଫଟୋ ଏବଂ ଭିଡିଓ ଖୋଜିପାରିବେ ଏବଂ ବ୍ରାଉଜ୍‌ କରିପାରିବେ।

ଫଟୋ ଆପ୍‌ରେ “ଦିନ ସଂଗ୍ରହ” ଖୋଲା ଅଛି, ଯାହା ଗ୍ରିଡ୍‌ରେ ବ୍ଯବସ୍ଥିତ ପ୍ରତ୍ଯେକ ଦିନର ଫଟୋ ସଂଗ୍ରହ ଦେଖାଉଛି।

ସାମ୍ପ୍ରତିକ ଦିନରେ ଆପଣ ନେଇଥିବା ଫଟୋ ଏବଂ ଭିଡିଓ ଦେଖନ୍ତୁ

ଆପଣ ଏକ ନିର୍ଦ୍ଦିଷ୍ଟ ଦିନରେ ନେଇଥିବା ଫଟୋ ଏବଂ ଭିଡିଓକୁ “ସାମ୍ପ୍ରତିକ ଦିନ ସଂଗ୍ରହ”ରେ ପାଇପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସଂଗ୍ରହରେ ଟାପ୍ କରନ୍ତୁ, ତା’ପରେ ସାମ୍ପ୍ରତିକ ଦିନ ପର୍ଯ‍୍ୟନ୍ତ ସ୍କ୍ରୋଲ୍ କରନ୍ତୁ।

  3. ଦିନ ମଧ୍ଯରେ ଶୀଘ୍ର ମୂଭ୍ କରିବା ପାଇଁ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ କିମ୍ବା ସବୁ ଦେଖିବା ପାଇଁ ସାମ୍ପ୍ରତିକ ଦିନରେ ଟାପ୍ କରନ୍ତୁ।

  4. ସଂଗ୍ରହ ଖୋଲିବା ପାଇଁ “ଏକ ଦିନ”ରେ ଟାପ୍ କରନ୍ତୁ।

ଯେତେବେଳେ ଆପଣ ସାମ୍ପ୍ରତିକ ଦିନରୁ ଗୋଟିଏ ଦିନ ଖୋଲନ୍ତି, ଆପଣ ଦିନର ସର୍ବୋତ୍ତମ ଫଟୋଗୁଡ଼ିକର ସାରାଂଶ ଦେଖନ୍ତି। ସେହି ଦିନ ଆପଣ ନେଇଥିବା ସମସ୍ତ ଫଟୋ ଦେଖିବା ପାଇଁ “ସବୁ ଦେଖାନ୍ତୁ”ରେ ଟାପ୍ କରନ୍ତୁ।

ବର୍ଷ କିମ୍ବା ମାସ ଅନୁସାରେ ଆପଣଙ୍କ ଲାଇବ୍ରେରି ବ୍ରାଉଜ୍‌ କରନ୍ତୁ

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଗୋଟିଏରେ ଟାପ୍‌ କରନ୍ତୁ:

    • ବର୍ଷ: ଆପଣଙ୍କ ଫଟୋ ଲାଇବ୍ରେରିରେ ଏକ ନିର୍ଦ୍ଦିଷ୍ଟ ବର୍ଷ ଶୀଘ୍ର ଚିହ୍ନଟ କରନ୍ତୁ।

    • ମାସ: ଗୋଟିଏ ମାସ ମଧ୍ଯରେ ଉଠାଇଥିବା ଫଟୋଗୁଡ଼ିକର ସଂଗ୍ରହ ଦେଖନ୍ତୁ, ଯାହାକୁ ପାରିବାରିକ ଆଉଟିଂ, ସାମାଜିକ ଇଭେଣ୍ଟ୍‌, ଜନ୍ମଦିନ ପାର୍ଟି କିମ୍ବା ଟ୍ରିପ୍‌ ପରି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟ୍‌ ଦ୍ୱାରା ବ୍ଯବସ୍ଥିତ କରାଯାଇଛି।

ଆପଣଙ୍କ ସର୍ବୋତ୍ତମ ସଟ୍ ଦେଖାଇବା ପାଇଁ ବର୍ଷ ଏବଂ ମାସର ଭିୟ୍ଯୂ କ୍ଯୂରେଟ୍ ହୋଇଛି ଏବଂ ସମାନ ଫଟୋ, ସ୍କ୍ରୀନ୍‌ଶଟ୍, ହ୍ୱାଇଟ୍‌ବବୋର୍ଡ୍‌ ଏବଂ ରସିଦ୍‌ ପରି ଭିଜୁଅଲ୍ କ୍ଲଟର୍ ଦେଖାଯାଇନାହିଁ। ପ୍ରତ୍ୟେକ ଫଟୋ ଏବଂ ଭିଡିଓ ଦେଖିବା ପାଇଁ, ସମସ୍ତରେ ଟାପ୍ କରନ୍ତୁ।

ଆପଣ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟ ସର୍ଚ୍ଚ୍‌ କରିପାରିବେ। ଫଟୋ ଏବଂ ଭିଡିଓ ସର୍ଚ୍ଚ୍‌ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.