iPad ରେ ଏକ ଆପ୍ ଯୋଡ଼ନ୍ତୁ

ଆପଣଙ୍କ iPad ରେ ଏକ ଆପ୍ ଯୋଡ଼ିବାକୁ, ଆପଣ ଏହାକୁ App Store ରୁ ଡାଉନ୍‌ଲୋଡ୍‌ କରିପାରିବେ। ଆପଣ ଏକ ଆପ୍ ଡାଉନ୍‌ଲୋଡ୍ କରିବା ସମୟରେ, ଆପଣ ଏହାକୁ ନିଜର ଉଭୟ ହୋମ୍ ସ୍କ୍ରୀନ୍ ଏବଂ ଆପ୍‌ ଲାଇବ୍ରେରି କିମ୍ବା କେବଳ ଆପ୍ ଲାଇବ୍ରେରିରେ ଯୋଡ଼ିବାକୁ ବାଛିପାରିବେ।

ଆପ୍ କେଉଁଠାରେ ଡାଉନ୍‌ଲୋଡ୍‌ ହେବ ତାହା ବାଛନ୍ତୁ

  1. ସେଟିଂସ୍  > ହୋମ୍ ସ୍କ୍ରୀନ୍ ଏବଂ ଆପ୍ ଲାଇବ୍ରେରିକୁ ଯାଆନ୍ତୁ।

  2. “କେବଳ ହୋମ୍ ସ୍କ୍ରୀନ୍ କିମ୍ବା ଆପ୍ ଲାଇବ୍ରେରିରେ ଯୋଡ଼ନ୍ତୁ”କୁ ବାଛନ୍ତୁ।

ଆପ୍ ଲାଇବ୍ରେରିରୁ ଏକ ଆପ୍ ହୋମ୍ ସ୍କ୍ରୀନ୍‌କୁ ମୂଭ୍ କରନ୍ତୁ

ଯଦି ଆପଣ ଆପ୍ ଲାଇବ୍ରେରିରେ ଏକ ଆପ୍ ଡାଉନ୍‌ଲୋଡ୍‌ କରନ୍ତି, ତେବେ ଆପଣ ଏହାକୁ ସହଜରେ ହୋମ୍ ସ୍କ୍ରୀନ୍‌କୁ ମୂଭ୍ କରିପାରିବେ।

  1. ଆପ୍ ଲାଇବ୍ରେରିକୁ ଯିବା ପାଇଁ ଆପଣଙ୍କ ସମସ୍ତ ହୋମ୍ ସ୍କ୍ରୀନ୍‌ ପୃଷ୍ଠା ବାମକୁ ସ୍ୱାଇପ୍ କରନ୍ତୁ।

  2. ଆପ୍‌ ଜିଗଲ୍‌ କରିବା ଆରମ୍ଭ ନ କରିବା ପର୍ଯ‍୍ୟନ୍ତ ବ୍ୟାକ୍‌ଗ୍ରାଉଣ୍ଡ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  3. ଆପଣ ମୂଭ୍ କରିବାକୁ ଚାହୁଁଥିବା ଆପ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏହାକୁ ବାମକୁ ଡ୍ରାଗ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.