ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ “Mail ଗୋପନୀୟତା ସୁରକ୍ଷା” ବ୍ୟବହାର କରନ୍ତୁ

Mail ଆପ୍ ରେ, Mail ଗୋପନୀୟତା ସୁରକ୍ଷା ଚାଲୁ କରନ୍ତୁ ଯାହା ଦ୍ୱାରା ପ୍ରେରକଙ୍କ ପାଇଁ ଆପଣଙ୍କ Mail ଆକ୍ଟିଭିଟି ବିଷୟରେ ଜାଣିବା କଷ୍ଟକର ହେବ। Mail ଗୋପନୀୟତା ସୁରକ୍ଷା ଆପଣଙ୍କ IP ଠିକଣାକୁ ଲୁଚାଇ ଥାଏ, ଫଳରେ ପ୍ରେରକ ଏହାକୁ ଆପଣଙ୍କ ଅନ୍ୟ ଅନ୍‌ଲାଇନ୍ ଆକ୍ଟିଭିଟି ସହିତ ଲିଙ୍କ୍ କରିପାରନ୍ତି ନାହିଁ କିମ୍ବା ଆପଣଙ୍କ ସଠିକ୍ ଲୋକେଶନ୍ ନିର୍ଦ୍ଧାରଣ କରିପାରନ୍ତି ନାହିଁ। ଏହା ପ୍ରେରକଙ୍କୁ, ଆପଣଙ୍କୁ ପଠାଯାଇଥିବା ଇମେଲ୍ ଆପଣ ଖୋଲିଛନ୍ତି କି ନାହିଁ, ତାହା ଦେଖିବା ପାଇଁ ମଧ୍ୟ ଅନୁମତି ଦିଏ ନାହିଁ।

  1. ସେଟିଂସ୍‌  > ଆପ୍‌ > Mailକୁ ଯାଆନ୍ତୁ।

  2. ଗୋପନୀୟତା ସୁରକ୍ଷା ଉପରେ ଟାପ୍ କରନ୍ତୁ, ତା’ପରେ “Mail ଆକ୍ଟିଭିଟି ସୁରକ୍ଷିତ କରନ୍ତୁ”କୁ ଚାଲୁ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣ iCloud+ କୁ ସବ୍‌ସ୍କ୍ରାଇବ୍ କଲେ, ଆପଣ ଅନନ୍ୟ, ରାଣ୍ଡମ୍ ଇମେଲ୍ ଠିକଣା ତିଆରି କରିବା ପାଇଁ “ମୋ ଇମେଲ୍ ଲୁଚାନ୍ତୁ” ମଧ୍ୟ ବ୍ୟବହାର କରିପାରିବେ ଯାହା ଆପଣଙ୍କ ପର୍ସନଲ୍‌ ଇମେଲ୍ ଆକାଉଣ୍ଟ୍‌କୁ ଇମେଲ୍‌ ଫର୍‌ଓ୍ବର୍ଡ୍‌ କରିଥାଏ, ତେଣୁ ୱେବ୍‌ରେ ଫର୍ମ୍‌ ପୂରଣ କରିବା କିମ୍ବା ନ୍ଯୁଜ୍‌ଲେଟର୍‌ ପାଇଁ ସାଇନ୍ ଅପ୍ କରିବା ସମୟରେ ଆପଣଙ୍କୁ ଆପଣଙ୍କର ପର୍ସନଲ୍‌ ଇମେଲ୍ ଠିକଣା ଶେୟର୍ କରିବାକୁ ପଡ଼ିବ ନାହିଁ। “ମୋ ଇମେଲ୍ ଲୁଚାନ୍ତୁ” ବ୍ଯବହାର କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.