ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା Mail ଆପ୍‌ରେ ଇମେଲ୍‌ଗୁଡ଼ିକୁ ଡିଲିଟ୍ ଏବଂ ରିକଭର୍ କରନ୍ତୁ

ଆପଣଙ୍କର ଆବଶ୍ୟକ ନଥିବା ଇମେଲ୍‌ଗୁଡ଼ିକୁ ଆପଣ ଡିଲିଟ୍ କିମ୍ବା ଆର୍କାଇଭ୍ କରିପାରିବେ। ଯଦି ଆପଣ ନିଜ ମନ ପରିବର୍ତ୍ତନ କରନ୍ତି, ତେବେ ଆପଣ ଡିଲିଟ୍ କରାଯାଇଥିବା ଇମେଲ୍‌ଗୁଡ଼ିକୁ ରିକଭର୍‌ କରିପାରିବେ।

ଇମେଲ୍ ଡିଲିଟ୍ କରନ୍ତୁ

ଇମେଲ୍ ମେସେଜ୍ ଡିଲିଟ୍ କରିବାର ଅନେକ ଉପାୟ ଅଛି। ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

  1. ଆପଣଙ୍କ iPadରେ Mail ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ପ୍ରାଥମିକ ମେସେଜ୍ ଦେଖିବା ସମୟରେ: ମେସେଜ୍ ଉପରେ “ଡିଲିଟ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

    • ଏକ ମେସେଜ୍ ଲିଷ୍ଟ୍ ଦେଖିବା ସମୟରେ: “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ମେସେଜ୍‌ଗୁଡ଼ିକୁ ସେଗୁଡ଼ିକର ଚେକ୍‌ବକ୍ସ୍‌ରେ ଟାପ୍ କରି ଚୟନ କରନ୍ତୁ। ମେସେଜ୍ ଲିଷ୍ଟ୍‌ର ନିମ୍ନରେ ଥିବା “ଡିଲିଟ୍ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

      ଗୁରୁତ୍ବପୂର୍ଣ୍ଣ: ଆପଣ ନେଣଦେଣ, ଅପ୍‌ଡେଟ୍‌ କିମ୍ବା ପ୍ରମୋଶନ୍‌ ମେସେଜ୍ ଚୟନ କଲେ, ଆପଣ ସେହି ବର୍ଗରେ ପ୍ରେରକଙ୍କ ସମସ୍ତ ମେସେଜ୍ ଚୟନ କରନ୍ତି।

    • ପ୍ରେରକଙ୍କ ଡାଇଜେଷ୍ଟ୍‌ ଭ୍ଯୂ ଦେଖିବା ସମୟରେ: ଏକ ମେସେଜ୍‌ରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଉତ୍ତର ଆକ୍ସନ୍” ବଟନ୍‌ରେ ଟାପ୍ କରନ୍ତୁ।

ଡିଲିଟ୍ ନିଶ୍ଚିତୀକରଣ ବନ୍ଦ କରିବା ପାଇଁ, ସେଟିଂସ୍  > ଆପ୍‌ > Mailକୁ ଯାଆନ୍ତୁ, ତା’ପରେ “ଡିଲିଟ୍ କରିବା ପୂର୍ବରୁ ପଚାରନ୍ତୁ” (ମେସେଜ୍ ତଳେ) ବନ୍ଦ କରନ୍ତୁ।

ଏକ ଡିଲିଟ୍ ହୋଇଥିବା ଇମେଲ୍ ରିକଭର୍ କରନ୍ତୁ

  1. ଆପଣଙ୍କ iPadରେ Mail ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ମେଲ୍‌ବକ୍ସ୍‌ ଦେଖିବା ପାଇଁ ଉପର-ବାମ କୋଣରେ ସାଇଡ୍‌ବାର୍‌‌ ବଟନ୍ ଟାପ୍ କରନ୍ତୁ, ତା’ପରେ ଇମେଲ୍ ଆକାଉଣ୍ଟ୍ ପାଖରେ ଥିବା ସଂକୁଚିତ ହୋଇଥିବା ବଟନ୍ ରେ ଟାପ୍‌ କରନ୍ତୁ।

  3. ଟ୍ରାଶ୍‌ରେ ଟାପ୍‌ କରନ୍ତୁ, ତା’ପରେ ଆପଣ ରିକଭର୍ କରିବାକୁ ଚାହୁଁଥିବା ମେସେଜ୍‌ରେ ଟାପ୍‌ କରନ୍ତୁ।

  4. ଅଧିକ ବଟନ୍‌ ରେ ଟାପ୍‌ କରନ୍ତୁ, ତା’ପରେ ମେସେଜ୍‌କୁ ମୂଭ୍ କରିବା ପାଇଁ ଏକ ମେଲ୍‌ବକ୍ସ୍‌ ଚୟନ କରନ୍ତୁ।

ଟିପ୍‌: ଆପଣଙ୍କ ସମସ୍ତ ଆକାଉଣ୍ଟ୍‌ରେ ଡିଲିଟ୍ ହୋଇଥିବା ମେସେଜ୍‌ଗୁଡ଼ିକୁ ସହଜରେ ଦେଖିବା ପାଇଁ ଆପଣ ନିଜ ସମସ୍ତ ଆକାଉଣ୍ଟ୍‌ରେ ଡିଲିଟ୍ ହୋଇଥିବା ମେସେଜ୍ ସହିତ ଏକ ମେଲ୍‌ବକ୍ସ୍‌ ଯୋଡ଼ିପାରିବେ। ଉପର ବାମରେ ଥିବା ମେଲ୍‌ବକ୍ସ୍‌ରେ ଟାପ୍‌ କରନ୍ତୁ, ଲିଷ୍ଟ୍‌ର ଶୀର୍ଷରେ ଥିବା ଏଡିଟ୍ ଉପରେ ଟାପ୍‌ କରନ୍ତୁ, ତା’ପରେ ସମସ୍ତ ଟ୍ରାଶ୍ ମେଲ୍‌ବକ୍ସ୍‌ ଚୟନ କରନ୍ତୁ।

ଡିଲିଟ୍ କରିବା ପରିବର୍ତ୍ତେ ଆର୍କାଇଭ୍ କରନ୍ତୁ

ଆପଣ ଆର୍କାଇଭ୍ ମେଲ୍‌ବକ୍ସ୍‌ରେ ଇମେଲ୍ ମେସେଜ୍ ଆର୍କାଇଭ୍ କରିପାରିବେ। (ଯଦି ଆପଣ ଏକ ଆର୍କାଇଭ୍ ମେଲ୍‌ବକ୍ସ୍‌କୁ ସେଟ୍ ଅପ୍ କରିଛନ୍ତି, ତଥାପି ଆପଣ ମେସେଜ୍ ଡିଲିଟ୍ କରିବାକୁ ବାଛିପାରିବେ।)

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Mail ରେ ଟାପ୍ କରନ୍ତୁ।

  3. “Mail ଆକାଉଣ୍ଟ୍” ଉପରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଯଦି ଆପଣ ଏକ iCloud ଇମେଲ୍ ଆକାଉଣ୍ଟ୍ ବ୍ଯବହାର କରୁଛନ୍ତି: iCloudରେ ଟାପ୍‌ କରନ୍ତୁ, ତା’ପରେ ମେଲ୍‌ବକ୍ସ୍‌ ଆଚରଣରେ ଟାପ୍‌ କରନ୍ତୁ।

    • ଯଦି ଆପଣ ଅନ୍ୟ ଇମେଲ୍ ଆକାଉଣ୍ଟ୍ ବ୍ୟବହାର କରୁଛନ୍ତି: ଗୋଟିଏ ଇମେଲ୍ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ, ଆକାଉଣ୍ଟ୍‌ ସେଟିଂସ୍‌ରେ ଟାପ୍ କରନ୍ତୁ, ତା’ପରେ “ଆଡ୍‌ଭାନ୍ସ୍‌ଡ୍” ଉପରେ ଟାପ୍ କରନ୍ତୁ।

  4. “ଆର୍କାଇଭ୍ ମେଲ୍‌ବକ୍ସ୍‌” ଚୟନ କରନ୍ତୁ (“ଏଠାକୁ ଖାରଜ ହୋଇଥିବା ମେସେଜ୍‌ଗୁଡ଼ିକୁ ମୂଭ୍ କରନ୍ତୁ” ତଳେ)।

ଏହି ବିକଳ୍ପ ଚାଲୁ ଥିବା ସମୟରେ, ଏକ ମେସେଜ୍‌କୁ ଆର୍କାଇଭ୍ କରିବା ପରିବର୍ତ୍ତେ ଡିଲିଟ୍ କରିବା ପାଇଁ, “ଆର୍କାଇଭ୍” ବଟନ୍‌ କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ଟ୍ରାଶ୍ ମେସେଜ୍”ରେ ଟାପ୍‌ କରନ୍ତୁ।

ଆପଣ କେତେ ସମୟ ପର୍ଯ‍୍ୟନ୍ତ ଡିଲିଟ୍ କରାଯାଇଥିବା ଇମେଲ୍ ରଖିବେ ସ୍ଥିର କରନ୍ତୁ

କେତେକ ଇମେଲ୍ କ୍ଲାଏଣ୍ଟ୍ ସହିତ, ଆପଣ ଡିଲିଟ୍ କରାଯାଇଥିବା ମେସେଜ୍‌କୁ କେତେ ସମୟ ପର୍ଯ୍ଯନ୍ତ ଟ୍ରାଶ୍ ମେଲ୍‌ବକ୍ସ୍‌ରେ ରଖିବେ, ତାହା ସେଟ୍ କରିପାରିବେ।

  1. ଆପଣଙ୍କ iPad ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ Mail ରେ ଟାପ୍ କରନ୍ତୁ।

  3. “Mail ଆକାଉଣ୍ଟ୍” ଉପରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଯଦି ଆପଣ ଏକ iCloud ଇମେଲ୍ ଆକାଉଣ୍ଟ୍ ବ୍ଯବହାର କରୁଛନ୍ତି: iCloudରେ ଟାପ୍‌ କରନ୍ତୁ, ତା’ପରେ ମେଲ୍‌ବକ୍ସ୍‌ ଆଚରଣରେ ଟାପ୍‌ କରନ୍ତୁ।

    • ଯଦି ଆପଣ ଅନ୍ୟ ଇମେଲ୍ ଆକାଉଣ୍ଟ୍ ବ୍ୟବହାର କରୁଛନ୍ତି: ଆପଣଙ୍କ ଇମେଲ୍ ପ୍ରଦାନକାରୀ ଉପରେ ଟାପ୍ କରନ୍ତୁ, “ଆକାଉଣ୍ଟ୍ ସେଟିଂସ୍”ରେ ଟାପ୍ କରନ୍ତୁ, ତା’ପରେ “ଆଡ୍‌ଭାନ୍ସ୍‌ଡ୍”ରେ ଟାପ୍ କରନ୍ତୁ।

  4. “କାଢ଼ି ଦିଅନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଏକ ଟାଇମ୍‌ ଇଣ୍ଟର୍‌ଭାଲ୍‌ ଚୟନ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: କେତେକ ଇମେଲ୍ ସେବା ଆପଣଙ୍କ ଚୟନକୁ ଓଭର୍‌ରାଇଡ୍‌ କରିପାରେ; ଉଦାହରଣ ସ୍ୱରୂପ, ଆପଣ “କଦାପି ନୁହେଁ” ଚୟନ କଲେ ମଧ୍ୟ, iCloud 30 ଦିନରୁ ଅଧିକ ସମୟର ଡିଲିଟ୍ କରାଯାଇଥିବା ମେସେଜ୍‌ ରଖେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.