ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଫଟୋ ଲାଇବ୍ରେରିକୁ କ୍ରମବଦ୍ଧ ଏବଂ ଫିଲ୍ଟର୍ କରନ୍ତୁ

କିଛି ନିର୍ଦ୍ଦିଷ୍ଟ ଆଇଟମ୍‌କୁ କ୍ରମବଦ୍ଧ କରି, ଫିଲ୍ଟର୍ କରି କିମ୍ବା ଲୁଚାଇ ଆପଣଙ୍କ ଫଟୋ ଲାଇବ୍ରେରିରେ ଫଟୋ ଏବଂ ଭିଡିଓ ଶୀଘ୍ର ଖୋଜନ୍ତୁ।

ଲାଇବ୍ରେରିକୁ କ୍ରମବଦ୍ଧ କରନ୍ତୁ

ଆପଣ ନିଜ ଫଟୋ ଲାଇବ୍ରେରିରେ ଆଇଟମ୍‌ଗୁଡ଼ିକୁ ସେଗୁଡ଼ିକୁ ଯୋଡ଼ାଯାଇଥିବା ତାରିଖ କିମ୍ବା ଉଠାଯାଇଥିବା ତାରିଖ ଅନୁସାରେ ଦେଖାଇବା ପାଇଁ କ୍ରମବଦ୍ଧ କରିପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ।

  3. “କ୍ରମବଦ୍ଧ କରନ୍ତୁ ଏବଂ ଫିଲ୍ଟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ବିକଳ୍ପ ମଧ‍୍ୟରୁ ଗୋଟିଏ ବାଛନ୍ତୁ:

    • ସମ୍ପ୍ରତି ଯୋଡ଼ାଯାଇଥିବା ଅନୁସାରେ କ୍ରମବଦ୍ଧ କରନ୍ତୁ: ଆପଣ ସମ୍ପ୍ରତି ଯୋଡ଼ିଥିବା ଫଟୋ ଏବଂ ଭିଡିଓ ଲାଇବ୍ରେରିର ତଳେ ଦେଖାଯାଏ।

    • କ୍ଯାପ୍ଚର୍ କରାଯାଇଥିବା ତାରିଖ ଅନୁସାରେ କ୍ରମବଦ୍ଧ କରନ୍ତୁ: ଲାଇବ୍ରେରିରେ ଫଟୋ ଏବଂ ଭିଡିଓଗୁଡ଼ିକୁ ଯୋଡ଼ାଯାଇଥିବା ତାରିଖ ପରିବର୍ତ୍ତେ ସେଗୁଡ଼ିକୁ ଉଠାଯାଇଥିବା ତାରିଖ ଅନୁସାରେ କ୍ରମବଦ୍ଧ କରାଯାଇଥାଏ।

ଲାଇବ୍ରେରି ଫିଲ୍ଟର୍ କରନ୍ତୁ

ଆପଣ କେବଳ ନିର୍ଦ୍ଦିଷ୍ଟ ଆଇଟମ୍ ପ୍ରଦର୍ଶନ କରିବା ପାଇଁ ନିଜ ଫଟୋ ଲାଇବ୍ରେରିରେ ଫିଲ୍ଟର୍ ଲାଗୁ କରିପାରିବେ—ଯେପରିକି ଭିଡିଓ, ଫେଭରିଟ୍ କିମ୍ବା ଆଲ୍‌ବମ୍‌ରେ ନଥିବା—ଏବଂ ବାକି ସବୁକୁ ଅସ୍ଥାୟୀ ଭାବରେ ଲୁଚାଇ ପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

    ଫଟୋ ଆପ୍ ଖୋଲା ଅଛି ଏବଂ ସାଇଡ୍‌ବାର୍‌ରେ ଲାଇବ୍ରେରି ଟାବ୍‌ ଚୟନ କରାଯାଇଛି। ସ୍କ୍ରୀନ୍‌ର ଶୀର୍ଷରେ ଥିବା “କ୍ରମବଦ୍ଧ କରନ୍ତୁ” ଏବଂ “ଫିଲ୍ଟର୍ କରନ୍ତୁ” ବଟନ୍ ଚୟନ କରାଯାଇଛି, ଯାହା ଲାଇବ୍ରେରିର ବିଷୟବସ୍ତୁକୁ ଦେଖିବା ପାଇଁ କ୍ରମବଦ୍ଧ ଏବଂ ଫିଲ୍ଟର୍ ବିକଳ୍ପ ଦେଖାଉଛି।
  2. ଲାଇବ୍ରେରିରେ ଟାପ୍ କରନ୍ତୁ।

  3. “କ୍ରମବଦ୍ଧ କରନ୍ତୁ ଏବଂ ଫିଲ୍ଟର୍ କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ “ଫିଲ୍ଟର୍ କରନ୍ତୁ”ରେ ଟାପ୍‌ କରନ୍ତୁ।

  4. ଆପଣ ଲାଗୁ କରିବାକୁ ଚାହୁଁଥିବା ଫିଲ୍ଟର୍‌ରେ ଟାପ୍ କରନ୍ତୁ।

    ଟିପ୍‌: ଆପଣ ସମାନ ସମୟରେ ଏକାଧିକ ଫିଲ୍ଟର୍ ପ୍ରୟୋଗ କରିପାରିବେ। ଉଦାହରଣ ସ୍ୱରୂପ, ଆପଣ କେବଳ ଏଡିଟ୍ କରିଥିବା ଫଟୋଗୁଡ଼ିକୁ ଦେଖିବା ପାଇଁ ଫଟୋ ଏବଂ ଏଡିଟ୍ ହୋଇଥିବା ଫଟୋଗୁଡ଼ିକ ଉପରେ ଟାପ୍‌ ଚୟନ କରନ୍ତୁ।

  5. ଫିଲ୍ଟର୍ କାଢ଼ିବାକୁ ଏବଂ ସମ୍ପୂର୍ଣ୍ଣ ରୂପେ ଲାଇବ୍ରେରିକୁ ଫେରିବାକୁ, ସମସ୍ତ ଆଇଟମ୍‌ରେ ଟାପ୍ କରନ୍ତୁ।

ଆପଣଙ୍କ Macର ସ୍କ୍ରୀନ୍‌ଶଟ୍‌, ଆଇଟମ୍ ଏବଂ ଆପଣଙ୍କ ସହିତ ଶେୟର୍ କରାଯାଇଥିବା ଆଇଟମ୍‌ଗୁଡ଼ିକୁ ଲୁଚାନ୍ତୁ

ଡିଫଲ୍ଟ୍ ଭାବରେ, ଆପଣଙ୍କ Macରୁ ସିଙ୍କ୍ ହୋଇଥିବା ସ୍କ୍ରୀନ୍‌ଶଟ୍‌, ଫଟୋ ଏବଂ ଭିଡିଓ ଏବଂ ମେସେଜ୍ ଆପ୍‌ରେ ଆପଣଙ୍କ ସହିତ ଶେୟର୍ କରାଯାଇଥିବା ଫଟୋ ଏବଂ ଭିଡିଓ ସ୍ୱୟଂଚାଳିତ ଭାବରେ ଆପଣଙ୍କ ଫଟୋ ଲାଇବ୍ରେରିରେ ଦେଖାଯିବ। କ୍ଲଟର୍ ହ୍ରାସ କରିବା ପାଇଁ ଆପଣ ଏହି ଆଇଟମ୍‌ଗୁଡ଼ିକୁ ଲୁଚାଇ ପାରିବେ।

  1. ଆପଣଙ୍କ iPadରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲାଇବ୍ରେରିରେ ଟାପ୍ କରନ୍ତୁ।

  3. “କ୍ରମବଦ୍ଧ କରନ୍ତୁ ଏବଂ ଫିଲ୍ଟର୍ କରନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ “ବିକଳ୍ପ ଦେଖନ୍ତୁ”ରେ ଟାପ୍‌ କରନ୍ତୁ।

  4. ଆପଣଙ୍କ ଲାଇବ୍ରେରିରେ ଏହି ଆଇଟମ୍‌ଗୁଡ଼ିକୁ ଲୁଚାଇବା ପାଇଁ ସ୍କ୍ରୀନ୍‌ଶଟ୍‌, “ମୋ Macରୁ” କିମ୍ବା “ଆପଣଙ୍କ ସହିତ ଶେୟର୍ କରାଯାଇଛି“ରେ ଟାପ୍ କରନ୍ତୁ। ସେଗୁଡ଼ିକୁ ଲୁଚାଇବା ବନ୍ଦ କରିବା ପାଇଁ, ଏହି ବିକଳ୍ପକୁ ପୁନଃ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.