iPad ରେ ଏକ କନ୍‌ଫରେନ୍ସ କିମ୍ବା ଥ୍ରୀ-ୱେ କଲ୍ କରନ୍ତୁ

ଯଦି ଆପଣ ବାର୍ତ୍ତାଳାପରେ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଏକ ଫୋନ୍ କଲ୍‌ରେ ଥିବାବେଳେ ଅତିରିକ୍ତ କଲର୍‌ଙ୍କୁ କିମ୍ବା କଲର୍‌ମାନଙ୍କୁ ଯୋଡ଼ିପାରିବେ। ଯଦି ଆପଣ ଆଉ ଏକ ଇନ୍‌କମିଂ କଲ୍ ପାଆନ୍ତି, ଆପଣ ଏହାର ମଧ୍ଯ ଉତ୍ତର ଦେଇପାରିବେ କିମ୍ବା ଏହାକୁ ଅଣଦେଖା କରିପାରିବେ।

ଏକ କନ୍‌ଫରେନ୍ସ କିମ୍ବା ଥ୍ରୀ-ୱେ କଲ୍ ଆରମ୍ଭ କରନ୍ତୁ

GSM ସହିତ, ଆପଣ ସର୍ବାଧିକ ପାଞ୍ଚ ଜଣ ଲୋକଙ୍କ ସହିତ (ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀଙ୍କ ଉପରେ ନିର୍ଭର କରି) ଏକ କନ୍‌ଫରେନ୍ସ୍ କଲ୍ ସେଟ୍ ଅପ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣଙ୍କ କଲ୍ VOLTE (ଭୟେସ୍ ଓଭର LTE) କିମ୍ବା Wi-Fi କଲିଂ ବ‍୍ୟବହାର କରୁଛି, ତେବେ କନ୍‌ଫେରେନ୍ସ୍ କଲ୍ କିମ୍ବା କନ୍‌ଫେରେନ୍ସ୍ କଲିଂର କିଛି ଦିଗ ଉପଲବ୍ଧ ହୋଇନପାରେ।

  1. ଆପଣଙ୍କ iPad ରେ ଫୋନ୍‌ ଆପ୍ କୁ ଯାଆନ୍ତୁ।

  2. iPad ରେ ଏକ କଲ୍‌ରେ ଥିବା ସମୟରେ, “କଲ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ଆଉ ଏକ କଲ୍ କରନ୍ତୁ, ତା’ପରେ “କଲ୍‌ ମର୍ଜ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    କଲ୍‌ରେ ଅଧିକ ଲୋକଙ୍କୁ ଯୋଡ଼ିବାକୁ ଏହି ଷ୍ଟେପ୍‌ର ପୁନରାବୃତ୍ତି କରନ୍ତୁ।

  3. କଲ୍ ଚାଲିଥିବା ସମୟରେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଜଣେ ବ୍ଯକ୍ତିଙ୍କ ସହ ଗୋପନୀୟ ଭାବରେ କଥାବାର୍ତ୍ତା କରନ୍ତୁ: ଅଧିକ ସୂଚନା ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ବ୍ଯକ୍ତିଙ୍କ ନାମ ପାଖରେ “ପ୍ରାଇଭେଟ୍‌”ରେ ଟାପ୍ କରନ୍ତୁ। କନ୍‌ଫେରେନ୍ସ୍ କଲ୍ ପୁଣି ଆରମ୍ଭ କରିବା ପାଇଁ “କଲ୍‌ ମର୍ଜ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ସମାନ ଲାଇନ୍‌ରେ ଜଣେ ଇନକମିଂ କଲର୍ ଯୋଡ଼ନ୍ତୁ: “କଲ୍‌କୁ ହୋଲ୍ଡ୍ କରନ୍ତୁ ଓ ଉତ୍ତର ଦିଅନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “କଲ୍ ମର୍ଜ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    • ଜଣେ ବ୍ଯକ୍ତିଙ୍କୁ ଡ୍ରପ୍ କରନ୍ତୁ: ଆପଣ ଡ୍ରପ୍ କରିବାକୁ ଚାହୁଁଥିବା ବ୍ଯକ୍ତିଙ୍କ ନାମ ପାଖରେ ଅଧିକ ସୂଚନା ବଟନ୍‌ ଟାପ୍ କରନ୍ତୁ, ତା’ପରେ "ଶେଷ କରନ୍ତୁ"ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.