iPad ରେ ଥିବା ପ୍ରୀଭ୍ଯୂ ଆପ୍‌ରେ ଟେକ୍ସ୍‌ଟ୍ ଏବଂ ଡକ୍ଯୁମେଣ୍ଟ୍ ସ୍କାନ୍ କରନ୍ତୁ

ଏକ PDF ତିଆରି କରିବା ପାଇଁ ଆପଣ ଏକ ଡକ‍୍ୟୁମେଣ୍ଟ୍ ସ୍କାନ୍ କରିପାରିବେ।

  1. ଆପଣଙ୍କ iPad ରେ ଥିବା ପ୍ରୀଭ‍୍ୟୂ ଆପ୍ କୁ ଯାଆନ୍ତୁ।

  2. “ଡକ୍ୟୁମେଣ୍ଟ୍ ସ୍କାନ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. iPad କ‍୍ୟାମେରାକୁ ଏପରି ସ୍ଥିତିରେ ରଖନ୍ତୁ ଯାହା ଦ୍ବାରା ଟେକ୍ସ୍‌ଟ୍ କିମ୍ବା ଡକ୍ଯୁମେଣ୍ଟ୍ ସ୍କ୍ରୀନ୍‌ରେ ଦେଖାଯିବ।

    iPad ସ୍ୱୟଂଚାଳିତ ଭାବରେ ପୃଷ୍ଠାକୁ କ‍୍ୟାପ୍‌ଚର୍‌ କରେ। ସ୍ୱୟଂଚାଳିତ ପରିବର୍ତ୍ତେ ନିଜେ ସ୍କାନ୍ କ୍ଯାପ୍‌ଚର୍‌ କରିବାକୁ ଅଟୋ (ମାନ୍ୟୁଅଲ୍‌ରେ ଲେବଲ୍‌ ପରିବର୍ତ୍ତନ ହୁଏ)ରେ ଟାପ୍ କରନ୍ତୁ, ତା’ପରେ ଶଟର୍ ବଟନ୍‌ରେ ଟାପ୍ କରନ୍ତୁ।

  4. ଅତିରିକ୍ତ ପୃଷ୍ଠା ସ୍କାନ୍ କରିବା ପାଇଁ ଉପରୋକ୍ତ ଷ୍ଟେପ୍‌ଗୁଡ଼ିକର ପୁନରାବୃତ୍ତି କରନ୍ତୁ।

  5. ସ୍କାନ୍‌ କ୍ରପ୍ କରିବା, ରୋଟେଟ୍ କରିବା କିମ୍ବା ରଙ୍ଗ ଆଡ୍‌ଜଷ୍ଟ୍ କରିବା ପାଇଁ ସ୍କ୍ରୀନ୍‌ ତଳେ ଥିବା ଥମ୍ବ୍‌ନେଲ୍ ଉପରେ ଟାପ୍ କରନ୍ତୁ।

  6. ଆପଣ ସ୍କାନିଂ ସମାପ୍ତ କରିବା ପରେ “ସମ୍ପୂର୍ଣ୍ଣ ବଟନ୍‌”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.