ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଆପଣଙ୍କ କେଚ୍ ଏବଂ କୁକି କ୍ଲିଅର୍‌ କରନ୍ତୁ

ଆପଣଙ୍କ iPadରେ କେଚ୍‌ କ୍ଲିଅର୍ କରିବା ପାଇଁ ଆପଣ ନିଜ ବ୍ରାଉଜିଂ ହିଷ୍ଟ୍ରି ଏବଂ ଡାଟା ଇରେଜ୍ କରିପାରିବେ। ଏହି ପ୍ରକ୍ରିୟା ଆପଣଙ୍କ iPadକୁ ଆପଣ ପରିଦର୍ଶନ କରିଥିବା ଓ୍ବେବ୍‌ସାଇଟ୍‌ ଏବଂ ସାମ୍ପ୍ରତିକ ସର୍ଚ୍ଚ୍‌ର ହିଷ୍ଟ୍ରିକୁ କାଢ଼ି ଦିଏ। ଏହି ପ୍ରକ୍ରିୟା କୁକି ଏବଂ ଆପଣଙ୍କ ଲୋକେଶନ୍ ବ୍ଯବହାର କରିବା କିମ୍ବା ଆପଣଙ୍କୁ ନୋଟିଫିକେଶନ୍ ପଠାଇବା ପାଇଁ ଆପଣ ଓ୍ବେବ୍‌ସାଇଟ୍‌ଗୁଡ଼ିକୁ ପ୍ରଦାନ କରିଥିବା ଅନୁମତିଗୁଡ଼ିକୁ ମଧ‍୍ୟ କାଢ଼ି ଦିଏ।

ଧ‍୍ୟାନ ଦିଅନ୍ତୁ: Safariରେ ଆପଣଙ୍କ ବ୍ରାଉଜିଂ ହିଷ୍ଟ୍ରି କ୍ଲିଅର୍‌ କରିବା ଦ୍ୱାରା ଆପଣ ପରିଦର୍ଶନ କରିଥିବା ଓ୍ବେବ୍‌ସାଇଟ୍‌ ଦ୍ବାରା ସ୍ୱାଧୀନ ଭାବରେ ରଖାଯାଇଥିବା କୌଣସି ବ୍ରାଉଜିଂ ହିଷ୍ଟ୍ରି କିମ୍ବା ଅନ୍ଯ ଆପ୍‌ର ବ୍ରାଉଜିଂ ହିଷ୍ଟ୍ରି କ୍ଲିଅର୍‌ ହୁଏ ନାହିଁ।

  1. ଆପଣଙ୍କ iPadରେ Safari ଆପ୍ କୁ ଯାଆନ୍ତୁ।

  2. “ସାଇଡ୍‌ବାର୍ ଦେଖାନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ହିଷ୍ଟ୍ରିରେ ଟାପ୍ କରନ୍ତୁ।

    ଯଦି ଆପଣ ହିଷ୍ଟ୍ରି ଦେଖୁନାହାନ୍ତି, ତେବେ ସାଇଡ୍‌ବାର୍‌ର ଶୀର୍ଷରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  3. “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ “କ୍ଲିଅର୍ କରନ୍ତୁ”ରେ ଟାପ୍ କରନ୍ତୁ।

  4. “ଟାଇମ୍‌ଫ୍ରେମ୍‌ କ୍ଲିଅର୍ କରନ୍ତୁ” ତଳେ, ଆପଣ କେତେ ବ୍ରାଉଜିଂ ହିଷ୍ଟ୍ରି କ୍ଲିଅର୍ କରିବାକୁ ଚାହୁଁଛନ୍ତି ବାଛନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣଙ୍କର Safari ପ୍ରୋଫାଇଲ୍ ସେଟ୍ ଅପ୍ ହୋଇଛି, ତେବେ କେବଳ ସେହି ପ୍ରୋଫାଇଲ୍‌ର ହିଷ୍ଟ୍ରି କ୍ଲିଅର୍‌ କରିବା ପାଇଁ ଏକ ପ୍ରୋଫାଇଲ୍ ଚୟନ କରନ୍ତୁ କିମ୍ବା ସମସ୍ତ ପ୍ରୋଫାଇଲ୍ ଚୟନ କରନ୍ତୁ।

  5. “ହିଷ୍ଟ୍ରି କ୍ଲିଅର୍‌ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.