ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPad ରେ ଥିବା କ୍ଯାଲେଣ୍ଡର୍‌ରର ଥିବା ରିମାଇଣ୍ଡର୍ ବ୍ଯବହାର କରନ୍ତୁ

ଆପଣ କ୍ଯାଲେଣ୍ଡର୍‌ର ରିମାଇଣ୍ଡର୍ ଆପ୍‌ରୁ ରିମାଇଣ୍ଡର୍ ଦେଖିପାରିବେ, ତିଆରି କରିପାରିବେ, ସମ୍ପୂର୍ଣ୍ଣ କରିପାରିବେ ଏବଂ ଏଡିଟ୍ କରିପାରିବେ।

ରିମାଇଣ୍ଡର୍ ଦେଖାନ୍ତୁ

ଆପଣ କ୍ଯାଲେଣ୍ଡର୍‌ର ରିମାଇଣ୍ଡର୍ ଆପ୍‌ ରେ ଯୋଡି଼ଥିବା “ଶେଡ୍ଯୂଲ୍ ହୋଇଥିବା ରିମାଇଣ୍ଡର୍‌”କୁ ଦେଖାଇ ପାରିବେ।

  1. ଆପଣଙ୍କ iPadରେ କ୍ଯାଲେଣ୍ଡର୍‌ ଆପ୍ କୁ ଯାଆନ୍ତୁ।

  2. ଶୀର୍ଷ ବାମ ପାର୍ଶ୍ୱରେ ଥିବା କ୍ଯାଲେଣ୍ଡର୍‌ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଶେଡ‍୍ୟୂଲ୍‌ ହୋଇଥିବା ରିମାଇଣ୍ଡର୍ ଚୟନ କରନ୍ତୁ।

କ୍ଯାଲେଣ୍ଡର୍‌ର ଶୀର୍ଷରେ ଥିବା “ପୂରା-ଦିନ” ବିଭାଗରେ ପୂରା ଦିନ ଭାବରେ ଶେଡ୍ଯୂଲ୍ ହୋଇଥିବା ରିମାଇଣ୍ଡର୍‌ଗୁଡ଼ିକ ଦେଖାଯାଏ। ଏକ ନିର୍ଦ୍ଦିଷ୍ଟ ଟାଇମ୍‌ ପାଇଁ ଶେଡ୍ଯୂଲ୍ ହୋଇଥିବା ରିମାଇଣ୍ଡର୍‌ଗୁଡ଼ିକ ପୂରା ଦିନର ଶେଡ୍ଯୂଲ୍‌ରେ ସେହି ଟାଇମ୍‌ରେ ଦେଖାଯିବ।

ରିମାଇଣ୍ଡର୍ ତିଆରି କରନ୍ତୁ

  1. ଆପଣଙ୍କ iPadରେ କ୍ଯାଲେଣ୍ଡର୍‌ ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ ଥିବା “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

  3. “ରିମାଇଣ୍ଡର୍”ରେ ଟାପ୍ କରନ୍ତୁ, ତା’ପରେ ଏକ ଶୀର୍ଷକ ଲେଖନ୍ତୁ।

  4. ରିମାଇଣ୍ଡର୍ ପାଇଁ ତାରିଖ ଚୟନ କରିବାକୁ, “ତାରିଖ” ଉପରେ ଟାପ୍ କରନ୍ତୁ।

  5. ବୈକଳ୍ପିକ ଭାବେ, ଟାଇମ୍ ଚାଲୁ କରନ୍ତୁ ଏବଂ ରିମାଇଣ୍ଡର୍ ପାଇଁ ଏକ ନିର୍ଦ୍ଦିଷ୍ଟ ଟାଇମ୍ ବାଛନ୍ତୁ।

    ଆପଣ ଅନ୍ଯ ସୂଚନା ମଧ୍ଯ ଯୋଡ଼ି ପାରିବେ-ଯେପରିକି ଇମେଜ୍, ନୋଟ୍ କିମ୍ବା ଏକ ରିମାଇଣ୍ଡର୍‌ର ପ୍ରାଥମିକତା ସ୍ତର। ବିବରଣୀ ଯୋଡ଼ନ୍ତୁ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ନୂଆ ଶେଡ‍୍ୟୂଲ୍ କରାଯାଇଥିବା ରିମାଇଣ୍ଡର୍‌ଗୁଡ଼ିକୁ ଯୋଡ଼ିବାକୁ ଆପଣ ଏକ ନିର୍ଦ୍ଦିଷ୍ଟ ରିମାଇଣ୍ଡର୍ ଲିଷ୍ଟ୍ ଚୟନ କରିପାରିବେ। ଯଦି ଆପଣ ଏକ ଲିଷ୍ଟ୍ ଚୟନ କରନ୍ତି ନାହିଁ, ତେବେ ଆପଣ ରିମାଇଣ୍ଡର୍ ପାଇଁ ବାଛିଥିବା ଡିଫଲ୍ଟ୍ ଲିଷ୍ଟ୍‌ରେ ନୂଆ ରିମାଇଣ୍ଡର୍ ଯୋଡ଼ାଯାଏ। ଆପଣଙ୍କ ରିମାଇଣ୍ଡର୍ ସେଟିଂସ୍‌କୁ ପରିବର୍ତ୍ତନ କରନ୍ତୁ ଦେଖନ୍ତୁ।

ରିମାଇଣ୍ଡର୍ ସମ୍ପୂର୍ଣ୍ଣ କରନ୍ତୁ

  1. ଆପଣଙ୍କ iPadରେ କ୍ଯାଲେଣ୍ଡର୍‌ ଆପ୍ କୁ ଯାଆନ୍ତୁ।

  2. ରିମାଇଣ୍ଡର୍ ନାମ ପାଖରେ ଥିବା ସର୍କଲ୍ ଉପରେ ଟାପ୍ କରନ୍ତୁ।

    ସମ୍ପୂର୍ଣ୍ଣ ରିମାଇଣ୍ଡର୍‌ଗୁଡ଼ିକ ଡିମ୍ କରାଯାଇଛି। ଏକ ରିମାଇଣ୍ଡର୍ ନିକଟରେ ଥିବା ବୃତ୍ତକୁ ଅସମ୍ପୂର୍ଣ୍ଣ ବୋଲି ଚିହ୍ନିତ କରିବା ପାଇଁ ତାହାକୁ ଅଚୟନ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ପୁନରାବୃତ୍ତି କରିବାକୁ ଏକ ଶେଡ୍ୟୂଲ୍‌ ହୋଇଥିବା ରିମାଇଣ୍ଡର୍ ସେଟ୍ କରନ୍ତି, ଭବିଷ୍ୟତର ଉଦାହରଣଗୁଡ଼ିକ କ୍ଷୀଣ ହୁଏ ଏବଂ କେବଳ ସାମ୍ପ୍ରତିକ ଉଦାହରଣ ସମ୍ପୂର୍ଣ୍ଣ ହେବା ପରେ “ସମ୍ପୂର୍ଣ୍ଣ ହୋଇଛି” ଭାବରେ ଚିହ୍ନିତ ହୋଇପାରିବ।

ରିମାଇଣ୍ଡର୍ ଲୁଚାନ୍ତୁ

  1. ଆପଣଙ୍କ iPadରେ କ୍ଯାଲେଣ୍ଡର୍‌ ଆପ୍ କୁ ଯାଆନ୍ତୁ।

  2. ଶୀର୍ଷ ବାମ ପାର୍ଶ୍ୱରେ କ୍ଯାଲେଣ୍ଡର୍‌ ବଟନ୍ ଟାପ୍ କରନ୍ତୁ।

  3. ଶେଡ୍ଯୂଲ୍ ହୋଇଥିବା ରିମାଇଣ୍ଡର୍ ଅଚୟନ କରନ୍ତୁ।

କ୍ଯାଲେଣ୍ଡର୍‌ରୁ ରିମାଇଣ୍ଡର୍‌କୁ କାଢ଼ିବା ଦ୍ୱାରା ରିମାଇଣ୍ଡର୍ ଆପ୍‌ରୁ ରିମାଇଣ୍ଡର୍ ଡିଲିଟ୍ ହେବ ନାହିଁ।

ରିମାଇଣ୍ଡର୍ ଏଡିଟ୍ କିମ୍ବା ଡିଲିଟ୍ କରନ୍ତୁ

  1. ଆପଣଙ୍କ iPadରେ କ୍ଯାଲେଣ୍ଡର୍‌ ଆପ୍ କୁ ଯାଆନ୍ତୁ।

  2. ଏକ ରିମାଇଣ୍ଡର୍‌ରେ ଟାପ୍ କରନ୍ତୁ, ତା’ପରେ ବିବରଣୀ ଏଡିଟ୍‌ କରିବାକୁ ଏଡିଟ୍‌ ରେ ଟାପ୍‌ କରନ୍ତୁ କିମ୍ବା ଡିଲିଟ୍ କରିବାକୁ “ରିମାଇଣ୍ଡର୍‌ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

    ଡିଲିଟ୍ କରାଯାଇଥିବା ରିମାଇଣ୍ଡର୍‌ଗୁଡ଼ିକ ସ୍ଥାୟୀ ଭାବରେ ଡିଲିଟ୍ ହେବା ପୂର୍ବରୁ 30 ଦିନ ପାଇଁ ରିମାଇଣ୍ଡର୍‌ରେ ଥିବା “ସମ୍ପ୍ରତି ଡିଲିଟ୍ ହୋଇଥିବା ଲିଷ୍ଟ୍‌”କୁ ଯାଇଥାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.