ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadର ଅନ୍ଯ ଲୋକେଶନ୍‌ରେ ପାଣିପାଗ ଯାଞ୍ଚ କରନ୍ତୁ

ସମଗ୍ର ବିଶ୍ୱର ଯେକୌଣସି ଲୋକେଶନ୍ ପାଇଁ ପାଣିପାଗ ଯାଞ୍ଚ କରନ୍ତୁ ଏବଂ ଆପଣ ଆପଣଙ୍କ ଲିଷ୍ଟ୍‌ରେ ସେଭ୍ କରିଥିବା ଲୋକେଶନ୍ ପାଇଁ ଶୀଘ୍ର ପୂର୍ବାନୁମାନକୁ ଆକ୍ସେସ୍ କରନ୍ତୁ।

ସ୍କ୍ରୀନ୍‌ର ବାମ ପାର୍ଶ୍ୱରେ ସାଇଡ୍‌ବାର୍‌ରେ ଦେଖାଯାଉଥିବା ପାଣିପାଗ ସ୍କ୍ରୀନ୍। ସାଇଡ୍‌ବାର୍‌ରେ ସାମ୍ପ୍ରତିକ ସମୟ, ତାପମାତ୍ରା, ପୂର୍ବାନୁମାନ ଏବଂ ଉଚ୍ଚ ଏବଂ ନିମ୍ନ ତାପମାତ୍ରା ଦର୍ଶାଇଥିବା ସହରର ଏକ ଲିଷ୍ଟ୍ ଅଛି। ଲିଷ୍ଟ୍‌ର ଶୀର୍ଷରେ, “ମୋ ଲୋକେଶନ୍” ଚୟନ କରାଯାଇଛି ଏବଂ ସ୍କ୍ରୀନର ଡାହାଣ ପାର୍ଶ୍ୱରେ ସେହି ଲୋକେଶନ୍ ପାଇଁ ପାଣିପାଗ ପୂର୍ବାନୁମାନ ଏବଂ ପରିସ୍ଥିତି ରହିଛି।

ଅନ୍ଯ ଏକ ଲୋକେଶନ୍ ସର୍ଚ୍ଚ୍ କରନ୍ତୁ

  1. ଆପଣଙ୍କ iPadରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ର ଶୀର୍ଷରେ ଥିବା ସର୍ଚ୍ଚ୍‌ ଫିଲ୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ ସହର, ପଡ଼ୋଶୀ କିମ୍ବା ଲୋକେଶନ୍‌ର ନାମ ଲେଖନ୍ତୁ।

    ଯଦି ଆପଣ ସାଇଡ୍‌ବାର୍‌ ଦେଖୁନାହାନ୍ତି, ତେବେ “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

    ଟିପ୍‌: ସର୍ଚ୍ଚ୍‌ ଫଳାଫଳରେ ଆପଣଙ୍କ ଘର ଏବଂ କାର୍ଯ୍ଯସ୍ଥଳର ଲୋକେଶନ୍ ଦେଖିବା ପାଇଁ, ସେଟିଂସ୍‌  > ଆପ୍‌ > ପାଣିପାଗକୁ ଯାଆନ୍ତୁ ଏବଂ ତା’ପରେ ଘର ଏବଂ କାର୍ଯ୍ଯସ୍ଥଳୀକୁ ଚାଲୁ କରନ୍ତୁ। ପାଣିପାଗ ପାଇଁ ଲୋକେଶନ୍ ସେବା ଚାଲୁ କରିବା ମଧ୍ଯ ନିଶ୍ଚିତ କରନ୍ତୁ।

  3. ପୂର୍ବାନୁମାନ ପ୍ରଦର୍ଶନ କରିବା ପାଇଁ ସର୍ଚ୍ଚ୍‌ ଫଳାଫଳର ଲୋକେଶନ୍ ଉପରେ ଟାପ୍ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଆପଣଙ୍କ ଲିଷ୍ଟ୍‌ରେ ଏକ ଲୋକେଶନ୍ ଯୋଡ଼ନ୍ତୁ: “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

    • ଲୋକେଶନ୍ ନଯୋଡି଼ ଲିଷ୍ଟ୍‌କୁ ଫେରନ୍ତୁ: “ବନ୍ଦ କରନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ “ବନ୍ଦ କରନ୍ତୁ” ବଟନ୍‌ ରେ ପୁନଃ ଟାପ୍ କରନ୍ତୁ।

ଆପଣ ନିଜ ଲିଷ୍ଟ୍‌ରେ ଯୋଡିଥିବା ଲୋକେଶନ୍‌ରେ ପାଣିପାଗ ଯାଞ୍ଚ କରିବା ପାଇଁ iPad ସ୍କ୍ରୀନ୍‌କୁ ବାମ କିମ୍ବା ଡାହାଣକୁ ସ୍ବିପ୍‌ କରନ୍ତୁ କିମ୍ବା “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ଲୋକେଶନ୍‌ରେ ଟାପ୍ କରନ୍ତୁ।

ଆପଣ ସମାନ Apple ଆକାଉଣ୍ଟ୍‌କୁ ସାଇନ୍ ଇନ୍ କରିଥିଲେ ଆପଣଙ୍କ ଡିଭାଇସ୍‌ଗୁଡିକରେ ଆପଣଙ୍କ ଲୋକେଶନ୍‌ ଲିଷ୍ଟ୍‌ ଅପ୍‌-ଟୁ-ଡେଟ୍ ରହିଥାଏ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଲୋକେଶନ୍‌ରେ ନେବର୍‌ହୁଡ୍‌ ସର୍ଚ୍ଚ୍‌ ଫଳାଫଳ ଉପଲବ୍ଧ ନାହିଁ।

ପାଣିପାଗ ମ‍୍ୟାପ୍‌ରୁ ଏକ ଲୋକେଶନ୍ ଯୋଡ଼ନ୍ତୁ

ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାଣିପାଗ ଯାଞ୍ଚ କରିବା ପାଇଁ ଆପଣ ଲିଷ୍ଟ୍‌ରେ ଲୋକେଶନ୍ ଯୋଡ଼ିପାରିବେ।

  1. ଆପଣଙ୍କ iPadରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ଏକ ପୂର୍ବାନୁମାନ ଏବଂ ସ୍ଥିତି ଯାଞ୍ଚ କରିବା ସମୟରେ, ପାଣିପାଗ ମ୍ଯାପ୍‌ରେ ଟାପ୍ କରନ୍ତୁ, ତା’ପରେ ପାଣିପାଗ ମ୍ଯାପ୍‌ର ଲୋକେଶନ୍‌ ପରିବର୍ତ୍ତନ କରନ୍ତୁ

  3. ଆପଣ ଯେଉଁଠାରେ ଏକ ଲୋକେଶନ୍‌ ଯୋଡ଼ିବାକୁ ଚାହୁଁଛନ୍ତି ସେଠାରେ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ଯୋଡ଼ନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

ଆପଣଙ୍କ ଲିଷ୍ଟ୍‌ରେ ଲୋକେଶନ୍‌କୁ ପୁନଃ ବ‍୍ୟବସ୍ଥିତ କରନ୍ତୁ

  1. ଆପଣଙ୍କ iPadରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌‌ ଦେଖାଇବା ପାଇଁ “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  3. ଲୋକେଶନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ଏହାକୁ ଉପରକୁ କିମ୍ବା ତଳକୁ ମୂଭ୍‌ କରନ୍ତୁ।

ଆପଣଙ୍କ ଲିଷ୍ଟ୍‌ରୁ ଏକ ଲୋକେଶନ୍ କାଢ଼ି ଦିଅନ୍ତୁ

  1. ଆପଣଙ୍କ iPadରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ରେ ଥିବା ଲୋକେଶନ୍‌ରେ ବାମକୁ ସ୍ୱାଇପ୍ କରନ୍ତୁ।

    ଯଦି ଆପଣ ସାଇଡ୍‌ବାର୍‌ ଦେଖୁନାହାନ୍ତି, ତେବେ “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  3. “ଡିଲିଟ୍ କରନ୍ତୁ” ବଟନ୍‌ ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.