ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ପାଣିପାଗ ଯାଞ୍ଚ କରନ୍ତୁ

ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍ ପାଇଁ ପାଣିପାଗ ଯାଞ୍ଚ କରନ୍ତୁ। ଆଗାମୀ ପ୍ରତି ଘଣ୍ଟାରେ ଏବଂ 10-ଦିନର ପୂର୍ବାନୁମାନ ଦେଖନ୍ତୁ, ଖରାପ ପାଣିପାଗ ସୂଚନା ଇତ୍ଯାଦି ଦେଖନ୍ତୁ।

ସ୍କ୍ରୀନ୍‌ର ବାମ ପାର୍ଶ୍ୱରେ, ଲୋକେଶନ୍, ସାମ୍ପ୍ରତିକ ତାପମାତ୍ରା, ଦିନର ଉଚ୍ଚ ଏବଂ ନିମ୍ନ ତାପମାତ୍ରା, ଘଣ୍ଟାପ୍ରତି ପୂର୍ବାନୁମାନ ଏବଂ 10-ଦିନର ପୂର୍ବାନୁମାନ ଏବଂ ସ୍କ୍ରୀନ୍‌ର ଡାହାଣ ପାର୍ଶ୍ୱରେ ଏକ ବୃଷ୍ଟିପାତ ମ୍ଯାପ୍ ଏବଂ ବାୟୁର ଗୁଣବତ୍ତା ସ୍କେଲ୍ ଦର୍ଶାଉଥିବା ପାଣିପାଗ ସ୍କ୍ରୀନ୍।

ଧ‍୍ୟାନ ଦିଅନ୍ତୁ: କିଛି ପାଣିପାଗ ଆପ୍ ଫୀଚର୍‌—ଯେପରିକି ଗମ୍ଭୀର ପାଣିପାଗ ସମ୍ବନ୍ଧୀୟ ଆଲର୍ଟ୍‌, ବାୟୁର ଗୁଣବତ୍ତା, ପରବର୍ତ୍ତୀ-ଘଣ୍ଟାର ବୃଷ୍ଟିପାତ ଏବଂ ନ୍ଯୁଜ୍‌—ସବୁ ଦେଶ ଏବଂ ଅଞ୍ଚଳରେ ଉପଲବ୍ଧ ନାହିଁ। ପାଣିପାଗ ଆପ୍ ପାଇଁ ଡେଟା ସୋର୍ସ୍‌ ବିଷୟରେ ଜାଣିବା ପାଇଁ Apple ସହାୟତା ଆର୍ଟିକଲ୍ ପାଣିପାଗ ଆପ୍‌ରେ ଫୀଚର୍‌ ଉପଲବ୍ଧତା ଏବଂ ଡେଟା ସୋର୍ସ୍ ଦେଖନ୍ତୁ।

ଆପଣ ଆରମ୍ଭ କରିବା ପୂର୍ବରୁ

ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍ ପାଇଁ ପୂର୍ବାନୁମାନ ପ୍ରାପ୍ତ କରିବା ପାଇଁ ପାଣିପାଗ ଆପ୍‌ ଲୋକେଶନ୍ ସେବା ବ୍ଯବହାର କରେ। ପୂର୍ବାନୁମାନର ସଠିକତା ବଢ଼ାଇବା ପାଇଁ ଆପଣ “ସଠିକ୍ ଲୋକେଶନ୍” ଚାଲୁ କରିପାରିବେ।

  1. ସେଟିଂସ୍  > ଗୋପନୀୟତା ଏବଂ ସୁରକ୍ଷା > ଲୋକେଶନ୍ ସେବା > ପାଣିପାଗକୁ ଯାଆନ୍ତୁ।

  2. “ସଠିକ୍ ଲୋକେଶନ୍” ଚାଲୁ କରନ୍ତୁ।

ସ୍ଥାନୀୟ ପୂର୍ବାନୁମାନ ଏବଂ ସ୍ଥିତି ଯାଞ୍ଚ କରନ୍ତୁ

  1. ଆପଣଙ୍କ iPadରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

    ଆପଣଙ୍କ ସାମ୍ପ୍ରତିକ ଲୋକେଶନ୍ ପାଇଁ ବିବରଣୀ ପ୍ରଦର୍ଶିତ ହୋଇଛି। “ପାଣିପାଗ ଆଇକନ୍‌ ବିଷୟରେ ଜାଣନ୍ତୁ” ଦେଖନ୍ତୁ।

    ଯଦି ଆପଣ ଜାଣିବାକୁ ଚାହୁଁଥିବା ଲୋକେଶନ୍‌ର ବିବରଣୀ ଦେଖୁନାହାଁନ୍ତି, ତେବେ “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ, ତା’ପରେ ମୋ ଲୋକେଶନ୍‌ କିମ୍ବା ସାଇଡ୍‌ବାର୍‌ରେ ଥିବା ଅନ୍ୟ ଏକ ଲୋକେଶନ୍‌ରେ ଟାପ୍ କରନ୍ତୁ।

  2. ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ଘଣ୍ଟିକିଆ ପୂର୍ବାନୁମାନରେ ଭିନ୍ନ ସମୟକୁ ଦେଖନ୍ତୁ: ପ୍ରତି ଘଣ୍ଟାର ଡିସ୍‌ପ୍ଲେକୁ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଯେତେବେଳେ ସେହି ଲୋକେଶନ୍‌ ପାଇଁ ବାୟୁର ଗୁଣବତ୍ତା ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଞ୍ଚିବ, ସେତେବେଳେ ବାୟୁର ଗୁଣବତ୍ତା ସ୍କେଲ୍ ଘଣ୍ଟାପ୍ରତି ପୂର୍ବାନୁମାନ ଉପରେ ଦେଖାଯିବ। କେତେକ ଲୋକେଶନ୍ ପାଇଁ, ବାୟୁ ଗୁଣବତ୍ତା ସ୍କେଲ୍ ସର୍ବଦା ଘଣ୍ଟାପ୍ରତି ପୂର୍ବାନୁମାନ ଉପରେ ଦେଖାଯାଏ।

    • ବୃଷ୍ଟିପାତ, ଅଧିକ ଏବଂ କମ୍ ତାପମାତ୍ରା ଇତ୍ଯାଦିର ସମ୍ଭାବନା ଦେଖନ୍ତୁ: ଘଣ୍ଟିକିଆ ପୂର୍ବାନୁମାନରେ ଟାପ୍ କରନ୍ତୁ, ତା’ପରେ ପ୍ରଦର୍ଶିତ ପାଣିପାଗ ସ୍ଥିତି ପରିବର୍ତ୍ତନ କରିବା ପାଇଁ ଚାର୍ଟ୍ କଣ୍ଡିଶନ୍ ବଟନ୍ ରେ ଟାପ୍ କରନ୍ତୁ।

      ଟିପ୍‌: ଆଗାମୀ ଦିନଗୁଡ଼ିକର ସମାନ ସୂଚନା ଦେଖିବାକୁ ବାମକୁ ସ୍ୱାଇପ୍ କରନ୍ତୁ।

    • ଅଧିକ ପାଣିପାଗ ବିବରଣୀ ଦେଖନ୍ତୁ: ପ୍ରତ୍ୟେକ ଲୋକେଶନ୍‌ର ପାଣିପାଗ ପୃଷ୍ଠାର ସମ୍ଭାବ୍ୟ ଗମ୍ଭୀର ପାଣିପାଗ ଆଲର୍ଟ୍, ପାଗ ସମ୍ବନ୍ଧୀୟ ଖବର, ବାୟୁ ଗୁଣବତ୍ତା, UV ଇଣ୍ଡେକ୍ସ୍, ପବନ, ଦୃଶ୍ୟମାନତା, ଚନ୍ଦ୍ରର ପର୍ଯ‍୍ୟାୟ ସମେତ ବିସ୍ତୃତ ସୂଚନା ଅନ୍ତର୍ଭୁକ୍ତ।

      ବୃଷ୍ଟିପାତ କିମ୍ବା ନିର୍ଦ୍ଦିଷ୍ଟ ଗମ୍ଭୀର ପାଣିପାଗ ସମ୍ବନ୍ଧୀୟ ନୋଟିଫିକେଶନ୍ ପ୍ରାପ୍ତ କରିବା ପାଇଁ “ପାଣିପାଗ ନୋଟିଫିକେଶନ୍ ପରିଚାଳନା କରନ୍ତୁ” ଦେଖନ୍ତୁ।

      ଟିପ୍‌: ଆଜିର ତାପମାତ୍ରା କିମ୍ବା ବୃଷ୍ଟିପାତ ହିଷ୍ଟରିକଲ୍ ହାରାହାରି ସହିତ କିପରି ତୁଳନା କରେ ସେ ବିଷୟରେ ଅଧିକ ସୂଚନା ଦେଖିବା ପାଇଁ ହାରାହାରି ପାଣିପାଗ ବିବରଣୀରେ ଟାପ୍ କରନ୍ତୁ।

      ପାଣିପାଗ ସ୍କ୍ରୀନ୍ ଶୀର୍ଷରେ ଲୋକେଶନ୍‌ ଏବଂ ଏହାର ତଳେ ସାମ୍ପ୍ରତିକ ତାପମାତ୍ରା ଏବଂ ପାଣିପାଗ ସ୍ଥିତି ଦର୍ଶାଉଛି। ସ୍କ୍ରୀନ୍‌ର ଅବଶିଷ୍ଟ ଅଂଶରେ UV ଇଣ୍ଡେକ୍ସ୍, ପବନ ଏବଂ ବୃଷ୍ଟିପାତ ସମେତ ପାଣିପାଗ ବିବରଣୀ ରହିଛି।

ପାଣିପାଗ ୟୁନିଟ୍‌କୁ କଷ୍ଟମାଇଜ୍ କରନ୍ତୁ

ଆପଣ ପାଣିପାଗ ଡେଟାରେ ବ୍ଯବହୃତ ୟୁନିଟ୍‌କୁ ପରିବର୍ତ୍ତନ କରିପାରିବେ। ଏଥିରେ ତାପମାତ୍ରା ପାଇଁ ଫାରେନ୍‌ହାଇଟ୍‌ କିମ୍ବା ସେଲ୍‌ସିୟସ୍ ଏବଂ ଘଣ୍ଟାପ୍ରତି ମାଇଲ୍, ଘଣ୍ଟା ପ୍ରତି କିଲୋମୀଟର୍, ନଟ୍ କିମ୍ବା ପବନ ପାଇଁ ବ୍ଯୁଫୋର୍ଟ୍‌ ଅନ୍ତର୍ଭୁକ୍ତ।

  1. ଆପଣଙ୍କ iPadରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌‌ ଦେଖାଇବା ପାଇଁ “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  3. “ଅଧିକ” ବଟନ୍‌ ରେ ଟାପ୍‌ କରନ୍ତୁ, ୟୁନିଟ୍‌ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ତାପମାତ୍ରା ୟୁନିଟ୍ ପରିବର୍ତ୍ତନ କରନ୍ତୁ: ଫ୍ଯାରନ୍‌ହାଇଟ୍, ସେଲ୍‌ସିୟସ୍ କିମ୍ବା “ସିଷ୍ଟମ୍ ସେଟିଂ ବ‍୍ୟବହାର କରନ୍ତୁ”ରେ ଟାପ୍ କରନ୍ତୁ।

    • ପବନ, ବୃଷ୍ଟିପାତ, ଚାପ କିମ୍ବା ଦୂରତା ୟୁନିଟ୍‌ ପରିବର୍ତ୍ତନ କରନ୍ତୁ: ସାମ୍ପ୍ରତିକ ମାପ ୟୁନିଟ୍‌ ନିକଟରେ ଥିବା କାର୍ଯ‍୍ୟ ବଟନ୍ ମେନ‍୍ୟୂରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

ପାଣିପାଗ ବିଷୟରେ ଏକ ରିପୋର୍ଟ୍‌ ପଠାନ୍ତୁ

ଯଦି ପାଣିପାଗ ଆପ୍‌ରେ ଦେଖାଯାଇଥିବା ପାଣିପାଗ ସହିତ ଆପଣଙ୍କ ଲୋକେଶନ୍‌ର ପାଣିପାଗ ମେଳ ହେଉନାହିଁ ତେବେ ଆପଣ ଏହାକୁ ପୋର୍ଟ୍‌ କରିପାରିବେ।

  1. ଆପଣଙ୍କ iPadରେ ଥିବା ପାଣିପାଗ ଆପ୍ କୁ ଯାଆନ୍ତୁ।

  2. ସାଇଡ୍‌ବାର୍‌ ଶୀର୍ଷରେ “ଅଧିକ” ବଟନ୍‌ ଟାପ୍ କରନ୍ତୁ, ତା’ପରେ “ଏକ ସମସ୍ଯା ରିପୋର୍ଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    ଯଦି ଆପଣ ସାଇଡ୍‌ବାର୍‌ ଦେଖୁନାହାନ୍ତି, ତେବେ “ସାଇଡ୍‌ବାର୍‌ ଦେଖାନ୍ତୁ” ବଟନ୍‌ ରେ ଟାପ୍ କରନ୍ତୁ।

  3. ଆପଣଙ୍କ ଲୋକେଶନ୍‌ରେ ପାଣିପାଗ ସ୍ଥିତିର ସର୍ବୋତ୍ତମ ବର୍ଣ୍ଣନା କରୁଥିବା ବିକଳ୍ପଗୁଡ଼ିକରେ ଟାପ୍ କରନ୍ତୁ, ତା’ପରେ “ଦାଖଲ କରନ୍ତୁ”ରେ ଟାପ୍ କରନ୍ତୁ।

ଆପଣ Apple ସହିତ ଶେୟର୍‌ କରୁଥିବା ସୂଚନା ଆପଣଙ୍କ Apple ଆକାଉଣ୍ଟ୍ ସହିତ ସମ୍ବନ୍ଧିତ ନୁହେଁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.