ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPadରେ ଥିବା ଖୋଜାଖୋଜି ଆପ୍‌ରେ ଏକ ତୃତୀୟ-ପକ୍ଷ ଆଇଟମ୍ ଯୋଡ଼ନ୍ତୁ କିମ୍ବା ଅପ୍‌ଡେଟ୍ କରନ୍ତୁ

ଆପଣ ଖୋଜାଖୋଜି ଆପ୍ ସହିତ ନିର୍ଦ୍ଦିଷ୍ଟ ତୃତୀୟ-ପକ୍ଷ ପ୍ରଡକ୍ଟ୍‌ ବ‍୍ୟବହାର କରିପାରିବେ। ଆପଣ ନିଜ iPadକୁ ବ‍୍ୟବହାର କରି ନିଜର Apple ଆକାଉଣ୍ଟ୍‌ ସହିତ ଏହି ପ୍ରଡକ୍ଟଗୁଡ଼ିକୁ ପଞ୍ଜିକରଣ କରିପାରିବେ ଏବଂ ଯଦି ସେଗୁଡ଼ିକ ହଜିଯାଏ କିମ୍ୱା ନଷ୍ଟ ହୋଇଯାଏ ତେବେ ସେଗୁଡ଼ିକୁ ଠାବ କରିବା ପାଇଁ ଖୋଜାଖୋଜି ଆପ୍‌ ବ‍୍ୟବହାର କରିପାରିବେ।

ଯଦି ଆପଣ ନିଜ ଆଇଟମ୍ ପଛରେ ଛାଡ଼ି ଆସନ୍ତି ତେବେ ଆପଣଙ୍କୁ ସୂଚନା ମଧ୍ଯ ମିଳିପାରିବ। ଯଦି ଆପଣ AirTag କିମ୍ବା ଆଇଟମ୍‌କୁ iPadରେ ଥିବା “ଖୋଜାଖୋଜି” ଆପ୍‌ର ପଛରେ ଛାଡ଼ି ଆସନ୍ତି, ତେବେ ସେପରେଶନ୍ ଆଲର୍ଟ୍‌ ସେଟ୍ କରନ୍ତୁ ଦେଖନ୍ତୁ।

ଆପଣ “ଖୋଜାଖୋଜି” ରେ ଏକ AirTag ମଧ୍ଯ ଯୋଡ଼ିପାରିବେ। iPadରେ ଥିବା “ଖୋଜାଖୋଜି” ଆପ୍‌ରେ ଏକ AirTag ଯୋଡ଼ନ୍ତୁ ଦେଖନ୍ତୁ।

ଏକ ତୃତୀୟ-ପକ୍ଷ ଆଇଟମ୍ ଯୋଡ଼ନ୍ତୁ

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ଆଇଟମ୍ ଆବିଷ୍କାରଯୋଗ୍ଯ କରିବାକୁ ନିର୍ମାତାଙ୍କ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

  3. “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ "ଅନ୍ଯ ଆଇଟମ୍ ଯୋଡ଼ନ୍ତୁ" ବାଛନ୍ତୁ।

  4. “ସଂଯୋଗ” ଉପରେ ଟାପ୍ କରନ୍ତୁ, ଏକ ନାମ ଟାଇପ୍ କରନ୍ତୁ ଏବଂ ଏକ ଇମୋଜି ଚୟନ କରନ୍ତୁ, ତା’ପରେ “ଜାରି ରଖନ୍ତୁ” ଉପରେ ଟାପ୍ କରନ୍ତୁ।

  5. ଆପଣଙ୍କ Apple ଆକାଉଣ୍ଟ୍‌ରେ ଆଇଟମ୍ ପଞ୍ଜିକରଣ କରିବା “ଜାରି ରଖନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ “ସମାପ୍ତ କରନ୍ତୁ” ଉପରେ ଟାପ୍ କରନ୍ତୁ।

ଯଦି ଏକ ଆଇଟମ୍ ଯୋଡ଼ିବାରେ ଆପଣଙ୍କୁ ଅସୁବିଧା ହେଉଛି, ତେବେ “ଖୋଜାଖୋଜି” ସମର୍ଥିତ ଅଛି କି ନାହିଁ ତାହା ଦେଖିବା ପାଇଁ ନିର୍ମାତାଙ୍କ ସହ ଯୋଗାଯୋଗ କରନ୍ତୁ।

ଯଦି ଆଇଟମ୍ ଅନ୍ଯ କାହାର Apple ଆକାଉଣ୍ଟ୍‌ ସହ ପଞ୍ଜୀକୃତ ହୋଇଛି, ତେବେ ଆପଣ ଏହାକୁ ଯୋଡ଼ିବା ପୂର୍ବରୁ ସେମାନଙ୍କୁ ଏହାକୁ କାଢ଼ିବାକୁ ପଡ଼ିବ। ଏକ AirTag କିମ୍ବା ଖୋଜାଖୋଜି ଆପ୍‌ରୁ ଅନ୍ଯ ଆଇଟମ୍ କାଢ଼ନ୍ତୁ ଦେଖନ୍ତୁ।

ଏକ ଆଇଟମ୍‌ର ନାମ କିମ୍ବା ଇମୋଜି ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନରେ ଥିବା ଆଇଟମ୍‌ରେ ଟାପ୍ କରନ୍ତୁ, ତା’ପରେ AirTagରେ ଟାପ୍ କରନ୍ତୁ ଯାହାର ନାମ କିମ୍ବା ଇମୋଜି ଆପଣ ବଦଳାଇବାକୁ ଚାହୁଁଛନ୍ତି।

  3. “ଆଇଟମ୍ ରୀନେମ୍ କରନ୍ତୁ” ଉପରେ ଟାପ୍ କରନ୍ତୁ।

  4. ଏକ ନାମ ଟାଇପ୍ କରିବା ଏବଂ ଇମୋଜି ଚୟନ କରିବା ପାଇଁ ଲିଷ୍ଟ୍‌ରୁ ଏକ ନାମ ବାଛନ୍ତୁ କିମ୍ବା କଷ୍ଟମ୍ ନାମ ବାଛନ୍ତୁ।

  5. “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ଆପଣଙ୍କ ଆଇଟମ୍ ଅପ୍ ଟୁ ଡେଟ୍ ରଖନ୍ତୁ

ଆପଣଙ୍କ ଆଇଟମ୍ ଅପ୍‌ ଡୁ ଡେଟ୍‌ ରଖନ୍ତୁ ଯାହାଦ୍ୱାରା ଆପଣ ଖୋଜାଖୋଜି ଆପ୍‌ରେ ସମସ୍ତ ଫୀଚର୍‌ ବ‍୍ୟବହାର କରିପାରିବେ।

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ ନିମ୍ନରେ ଥିବା ଆଇଟମ୍‌ରେ ଟାପ୍ କରନ୍ତୁ, ତା’ପରେ ଆପଣ ଅପ୍‌ଡେଟ୍ କରିବାକୁ ଚାହୁଁଥିବା ଆଇଟମ୍‌ରେ ଟାପ୍ କରନ୍ତୁ।

  3. “ଉପଲବ୍ଧ ଥିବା ଅପ୍‌ଡେଟ୍‌”ରେ ଟାପ୍‌ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ “ଅପ୍‌ଡେଟ୍ ଉପଲବ୍ଧ ଅଛି” ଦେଖନ୍ତି ନାହିଁ, ତେବେ ଆପଣଙ୍କ ଆଇଟମ୍ ଅପ୍ ଟୁ ଡେଟ୍ ଅଛି।

    ଆଇଟମ୍ ଆପ୍‌ଡେଟ୍‌ ହେଉଥିବା ସମୟରେ, ଆପଣ “ଖୋଜାଖୋଜି” ଫୀଚର୍‌ ବ‍୍ୟବହାର କରିପାରିବେ ନାହିଁ।

ଏକ ଆଇଟମ୍ ବିଷୟରେ ବିବରଣୀ ଦେଖନ୍ତୁ

ଆପଣ ନିଜ Apple ଆକାଉଣ୍ଟ୍‌ରେ ଏକ ଆଇଟମ୍ ପଞ୍ଜିକରଣ କଲେ, ଆପଣ ଏହା ବିଷୟରେ ଅଧିକ ବିବରଣୀ ଦେଖିବା ପାଇଁ ଖୋଜାଖୋଜି ଆପ୍‌ ବ‍୍ୟବହାର କରିପାରିବେ, ଯେପରିକି ସିରିଅଲ୍ ନମ୍ବର୍ କିମ୍ବା ମଡେଲ୍। ନିର୍ମାତାଙ୍କ ଠାରୁ ଏକ ତୃତୀୟ-ପକ୍ଷ ଆପ୍ ଉପଲବ୍ଧ ଅଛି କି ନାହିଁ ତାହା ମଧ୍ଯ ଆପଣ ଦେଖିପାରିବେ।

  1. ଆପଣଙ୍କ iPadରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ନିମ୍ନରେ ଥିବା ଆଇଟମ୍‌ରେ ଟାପ୍ କରନ୍ତୁ, ତା’ପରେ ଆପଣ ଅଧିକ ବିବରଣୀ ଚାହୁଁଥିବା ଆଇଟମ୍‌ରେ ଟାପ୍ କରନ୍ତୁ।

  3. ନିମ୍ନୋକ୍ତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ବିବରଣୀ ଦେଖନ୍ତୁ: “ବିବରଣୀ ଦେଖାନ୍ତୁ” ଉପରେ ଟାପ୍ କରନ୍ତୁ।

    • ତୃତୀୟ-ପକ୍ଷ ଆପ୍ ପ୍ରାପ୍ତ କରନ୍ତୁ କିମ୍ବା ଖୋଲନ୍ତୁ: ଯଦି କୌଣସି ଆପ୍ ଉପଲବ୍ଧ ଥାଏ, ତେବେ ଆପଣ ଆପ୍ ଆଇକନ୍ ଦେଖିବେ। ଆପ୍ ଡାଉନ୍‌ଲୋଡ୍‌ କରିବା ପାଇଁ “ପାଆନ୍ତୁ” କିମ୍ବା “ଡାଉନ୍‌ଲୋଡ୍‌ କରନ୍ତୁ” ବଟନ୍ ଉପରେ ଟାପ୍ କରନ୍ତୁ। ଯଦି ଆପଣ ଏହାକୁ ପୂର୍ବରୁ ଡାଉନ୍‌ଲୋଡ୍‌ କରିସାରିଛନ୍ତି, ତେବେ ଏହାକୁ ଆପଣଙ୍କ iPadରେ ଖୋଲିବାକୁ “ଖୋଲନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.